fbpx
BJD SKY
BJD SKY

୧୧ ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ,ରାଜ୍ୟରେ ନିଯୁକ୍ତି ପାଇବେ ଏତିକି…

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୧ ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଲୋକସେବା ଭବନରେ ଆୟୋଜିତ ହୋଇଥିବା ବୈଠକରେ ୧୧ ଟି ପ୍ରକଳ୍ପରେ ୨,୨୫୩.୧୫ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି ।

ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ମଧ୍ୟରେ ଆଲୁମିନିୟମ, ଇସ୍ପାତ୍ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ, ଭିତ୍ତିଭୂମି, ତରଳ ଏବଂ ଗ୍ୟାସ୍, ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନିଙ୍ଗ୍ ଅର୍ନ୍ତଭୁକ୍ତ । ଏହି ସବୁ ପ୍ରକଳ୍ପ ମାଧ୍ୟରେ ୩୧୮୭ ଜଣକୁ ନିଯୁକ୍ତି ମଧ୍ୟ ପାଇବେ ।

୧୧ ପ୍ରକଳ୍ପରେ ନିବେଶ ହେବ ୨୨୫୩ କୋଟି:

ସୁନ୍ଦରଗଡ଼ରେ ଆଇରନ୍ ଓର୍ ପ୍ଲାଣ୍ଟରେ ନିବେଶ ହେବ ୫୩୩.୫ କୋଟି, ୧୦୨୯ ଜଣକୁ ନିଯୁକ୍ତି ମିଳିବ । ସୁନ୍ଦରଗଡ଼ରେ ଫେରୋ ଆଲୟଜ୍ ପ୍ଲାଣ୍ଟ ପାଇଁ ନିବେଶ ୫୨୦ କୋଟି ନିବେଶ କରାଯିବ ଏବଂ ଏଠାରେ ୬୦୦ ଜଣକୁ ନିଯୁକ୍ତି ମିଳିବ । କେନ୍ଦୁଝରରେ କଲର କୋଟେଡ ଟିଏମଟି ପ୍ଲାଣ୍ଟ ପାଇଁ ନିବେଶ ହେବ ୧୭୫ କୋଟି ଏବଂ ଏଠାରେ ନିଯୁକ୍ତ ହେବେ ୬୦୦ ଜଣ । ସମ୍ବଲପୁରରେ ତରଳ ଆଲୁମିନିୟମ ଆଲୟ ପ୍ଲାଣ୍ଟରେ ନିବେଶ ୧୦୦ କୋଟି ଏବଂ ୨୦୦ ଜଣକୁ ମିଳିବ ନିଯୁକ୍ତି । ମୁଖ୍ୟ ସଚିବ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରାରମ୍ଭିକ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭର୍ଚୁଆଲ ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ । ଡେଭଲପମେଣ୍ଟ କମିଶନର ପ୍ରଦୀପ କୁମାର ଜେନା, ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ସତ୍ୟବ୍ରତ ସାହୁ, ଇସ୍ପାତ ଏବଂ ଖଣି ମୁଖ୍ୟ ଶାସନ ସଚିବ ଡି.କେ ସିଂ, ମୁଖ୍ୟ ସଚିବ ଶକ୍ତି ବିଭାଗ ନିକୁଞ୍ଜାବିହାରୀ ଧଳ, ଇପିକଲ ଏମଡି ଭୁପେନ୍ଦ୍ର ସିଂ ପୁନିୟା ମଧ୍ୟ ଯୋଗ ଦେଇଥିଲେ।

Get real time updates directly on you device, subscribe now.