ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ବାଣରେ ଭର୍ତ୍ତି ହୋଇଥିବା ଏକ ସ୍କୁଟିରେ ଜୋରଦାର ବିସ୍ଫୋରଣ ହେବାରୁ ଚାଳକଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ ଦୀପାବଳି ପାଳନ କରିବା ପାଇଁ କିଣାଯାଇଥିବା ବାଣରେ ଭର୍ତ୍ତି ଦୁଇ ବ୍ୟାଗ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି ।
ପ୍ରାଥମିକ ଅନୁସନ୍ଧାନ ଆଧାରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ରାସ୍ତାରେ ପଡିବା ପରେ ‘ପିଆଜ ବାଣ’ ଏବଂ ଅନ୍ୟ ବାଣରେ ଭର୍ତ୍ତି ଏକ ବ୍ୟାଗରେ ବିସ୍ଫୋରଣ ହୋଇଥିଲା, ଯେଉଁ କାରଣରୁ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍କୁଟରର ପଛ ସିଟରେ ବସିଥିବା ବ୍ୟକ୍ତି ଏବଂ ରାସ୍ତା କଡରେ ଠିଆ ହୋଇଥିବା ଅନ୍ୟ ଦୁଇଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ପୋଲିସର ସୂଚନାନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍କୁଟର ଆରୋହୀଙ୍କ ଗୋଡ ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ କ୍ଷତ-ବିକ୍ଷତ ହୋଇଯାଇଥିଲା । ସିସିଟିଭି ଫୁଟେଜ୍ ଅନୁଯାୟୀ ବିସ୍ଫୋରଣ ହେଉଛି ଓ କିଛି ଲୋକ ଦୌଡ଼ୁଥିବା ନଜର ଆସିଛନ୍ତି ଏବଂ ଧୂଳିର ମେଘ ଏହି ଅଞ୍ଚଳକୁ ଘୋଡାଇ ଦେଇଛି । ପୋଲିସ କହିଛି ଯେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ।
आंध्र प्रदेश में दो स्कूटी सवार प्याज बम लेकर जा रहे थे। इस दौरान बम से लदी बैग में धमाका हो गया। इस हादसे में स्कूटी सवार और बराबर में आ रहे बाइक सवार के चिथड़े उड़ गए। #Diwali2024 #onionbomb pic.twitter.com/HJkoeYj7vt
— Yashpal Singh Sengar यशपाल सिंह सेंगर (@YASHPALSINGH11) October 31, 2024