fbpx

ଦିଲ୍ଲୀର ଅଞ୍ଜଳି ସିଂ ଦୁର୍ଘଟଣା ମାମଲାରେ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ : ଦିଲ୍ଲୀର କଞ୍ଜବାଲା ଦୁର୍ଘଟଣା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ । ଗୁରୁବାର ରୋହିନୀ କୋର୍ଟ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଜାନୁଆରୀ ୧ରେ ଶୀତ ରାତିରେ ଦିଲ୍ଲୀର କଞ୍ଜବାଲାରେ ୨୦ ବର୍ଷିୟ ଅଞ୍ଜଳି ସିଂଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ମିଲିଥିଲା । ଦିଲ୍ଲୀର ଏହି ଦୁର୍ଘଟଣା ପୂରା ଦେଶକୁ ଥରାଇ ଦେଇଥିଲା । ସୂଚନା ଅନୁସାରେ, ଅଭିଯୁକ୍ତମାନେ କାରରେ ନୂଆ ବର୍ଷ ପାର୍ଟି କରିବା ପରେ ଜଣଙ୍କୁ ଛାଡିବା ପାଇଁ ଯାଉଥିଲେ । ଏହି ସମୟରେ କାରଟି ଅଞ୍ଜଳି ସିଂଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ କାରରେ ଫସିରହି ଅଞ୍ଜଳି ସିଂ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କିନ୍ତୁ ୫ଜଣ ବ୍ୟକ୍ତି କାର ନଅଟକାଇ ଚଲାଇ ଚାଲିଥିଲେ । ଅଭିଯୁକ୍ତମାନେ ଜାଣିଥିଲେ ଯେ, ସେମାନେ ସ୍କୁଟି ଆରୋହୀ ଅଞ୍ଜଳିଙ୍କୁ ଧକ୍କା ଦେଇଛନ୍ତି । ଆହୁରି ସେମାନଙ୍କୁ ଜଣାଥିଲା କି , କାରରେ ଯୁବତୀ ଜଣଙ୍କ ଫସି ରହିଛନ୍ତି । ତେବେ ଯୁବତୀଙ୍କୁ ତଳକୁ ଖସାଇବା ପାଇଁ ଜାଣିଶୁଣି ସେମାନେ ଦୁଇଥର ୟୁ-ଟର୍ନ ବି ନେଇଥିଲେ । ଯେତେବେଳେ ଅଞ୍ଜଳି ତଳେ ପଡି ଯାଇଥିଲେ ସେତେବେଳେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ ।

ତେବେ ଅଞ୍ଜଳିଙ୍କୁ ୧୩କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବା ଅଭିଯୁକ୍ତମାନେ ପୋଲିସ ପଚରାଉଚରା କରିଥିବା ବେଳେ ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନେ କହିଛନ୍ତି କି, ସ୍କୁଟିକୁ ଧକ୍କା ମାରିବାର ଅଢେଇ କିଲୋମିଟର ପରେ ସେମାନେ ଅନୁଭବ କରିଥିଲେ ଯେ ସେମାନଙ୍କ କାରରେ କିଛି ଅଟକି ରହିଛି ।

Get real time updates directly on you device, subscribe now.