fbpx

ନୂଆ ଅଧିନାୟକଙ୍କୁ ନୂଆ ଟ୍ରଫି: ସବୁ ନୂଆରେ ସଜେଇ ହୋଇଛି ଗୁଜୁରାଟ ଟାଇଟନ୍ସ

ଅହମ୍ମଦାବାଦ: ପ୍ରଥମ ସିଜନରେ ହିଁ ଟ୍ରଫି ନିଜ ନାମରେ କରିଛି ଗୁଜୁରାଟ ଟାଇଟନ୍ସ । ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଚମ୍ପିଆନ ପାଲଟିଛି ହାର୍ଦ୍ଦିକଙ୍କ ଟିମ । ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ଦଳ ନିଜ ପତାକା ଉଡାଇଛି । ନୂଆ ଫ୍ରାଞ୍ଚାଇଜି, ନୂଆ ଦଳ ଆଉ ନୂଆ ଅଧିନାୟକ । ସବୁ କିଛି ନଆ ଭିତରେ ପୁରୁଣା ଥିଲା ଜୋସ ଆଉ ସେ ଜିତିବାର ଭୋକ । ଯାହା ଫଳରେ ଆଜି ବଡ ବଡ ଦଳକୁ ପଛରେ ପକାଇ ଚମ୍ପିଆନ ଭାବେ ଉଭା ହୋଇଛି ଗୁଜୁରାଟ ଟାଇଟନ୍ସ ।

ମାତ୍ର ୧୩୧ ରନର ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ଗୁଜୁରାଟକୁ ଦ୍ୱିତୀୟ ଓଭରରେ ହିଁ ଝଟକା ଲାଗି ଯାଇଥିଲା । ଦଳ ମାତ୍ର ୯ ରନ କରିଥିବା ବେଳେ ଓପନର ରିଦ୍ଧିମାନ ସାହାଙ୍କୁ ହରାଇଥିଲା ଦଳ । ଏହାପରେ ମାଥ୍ୟୁ ୱେଡ ଏବଂ ଶୁଭମନ ଗିଲ ମ୍ୟାଚକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପଞ୍ଚମ ଓଭରରେ ବୋଲ୍ଟଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ ୱେଡ । ଏହାପରେ ପଡିଆରେ ପାଦ ରଖିଥିଲେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଫାଇପନାଲ ମ୍ୟାଚରେ ଦଳ ତାଙ୍କ ବ୍ୟାଟରୁ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଆଶା କରୁଥିଲା । ସେୟା ହିଁ ହେଲା । ୩୦ ବଲରେ ୩୪ ରନର ଏକ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ । କିନ୍ତୁ ଚହଲ ହାର୍ଦ୍ଦିକଙ୍କ ୱିକେଟ ଦଳ ପାଇଁ ଟିକିଏ ଚିନ୍ତା ବଢାଇ ଦେଇଥିଲେ । ଏହାପରେ ମିଲର ଏବଂ ଗିଲ ମ୍ୟାଚକୁ ବିଜୟ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି ଓପନର ଶୁଭମନ ଗିଲ । ୪୩ ବଲରୁ ୪୫ ରନ ହାସଲ କରି ଦଳକୁ ଭେଟି ଦେଇଛନ୍ତି ପ୍ରଥମ ବିଜୟ ଟ୍ରଫି । ମିଲର ୧୯ ବଲରେ ୩୨ ରନର ଏକ ଦ୍ରୁତ ପାଳି ଖେଳିଛନ୍ତି । ଏହି ବିଜୟ ସହ ଇତିହାସ ରଚିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ଟିମ ଭାବରେ ଟାଇଟଲ ଜିତିବାରେ ସେ ନିଆରା ଅନୁଭବ ହାସଲ କରିଛି ।

IPL Final 2022: From Hardik Pandya to David Miller, Top 3 Run-Getters For  Gujarat Titans | GT vs RR | RR vs GT | Shubman Gill - NewsDeal

ସେପଟେ ରାଜସ୍ଥାନ ପକ୍ଷରୁ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ତେବେ ଏହି ୱିକେଟ ସହ ପର୍ପଲ କ୍ୟାପକୁ ପୁଣି ନିଜ ନାମରେ କରି ନେଇଛନ୍ତି ଚହଲ । ସେହିପରି ବଟଲର ୮୬୩ ରନ ସହ ଅରେଞ୍ଜ କ୍ୟାପ ହାସଲ କରିଛନ୍ତି । ତେବେ ୨୦୨୨ରେ ଆଇପିଏଲ ପାଇଛଇ ଆଉ ଏକ ନୂଆ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ।

Get real time updates directly on you device, subscribe now.