fbpx

ଋଷ-ୟୁକ୍ରେନ ସୈନିକଙ୍କ ଯୁଦ୍ଧରେ ବନ୍ଦ ହୋଇଗଲା ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ୟୁକ୍ରେନର ପୂର୍ବ ସହରରେ ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଦେଖିବାକୁ ମିଳିଛି । ଏହି ଯୁଦ୍ଧ ସମୟରେ ପ୍ରବଳ ବୋମା ବିସ୍ଫୋରଣ କରାଯାଇଛି । ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୟୁକ୍ରେନ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଚେଷ୍ଟା କରୁଥିଲା ଋଷ । କିନ୍ତୁ ୟୁକ୍ରେନ ସେନା ଏହାକୁ ବଡ ସାହସିକତାର ସହିତ ସାମନା କରିଛି ।

ୟୁକ୍ରେନର ସିବିରୋଦୋନେତ୍ସକ ସହରରେ ଆକ୍ରମଣ କରିଥିଲେ ଋଷ ସେନା । ଏହାର ପାଲଟା ଜବାବରେ ୟୁକ୍ରେନ ସେନା ମଧ୍ୟ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ଗୁଳି ଚାଳନା ସହିତ ବୋମା ବିସ୍ଫୋରଣ ମଧ୍ୟ ଜୋରଦାର ହୋଇଛି । ଏହି ଘମାଘୋଟ ଯୁଦ୍ଧ ଫଳରେ ନିକଟସ୍ଥ ଅଞ୍ଚଳରେ ବିଜୁଳି ସମସ୍ୟା ସହିତ ଇଣ୍ଟରନେଟ ସେବା ମଧ୍ୟ ପ୍ରଭାବିତ ହୋଇଛି । ଫଳରେ କିଛି ସମୟ ପର୍ଯ୍ୟନ୍ତ ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି । ଅତ୍ୟାବଶ୍ୟକୀୟ ସେବା ଗୁଡିକ ବନ୍ଦ ହୋଇଯିବା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଯୁଦ୍ଧ ପୂର୍ବରୁ ଉଭୟ ସହରର ଜନସଂଖ୍ୟା ୨ ଲକ୍ଷ ରହିଥିଲା । ଏବଂ ଏହା ହେଉଛି ଲୁହାନସ୍କରେ ୟୁକ୍ରେନ ନିୟନ୍ତ୍ରଣରେ ଶେଷ ବୃହତ ଅଞ୍ଚଳ । ତେଣୁ ଋଷ ଏହି ସହରଗୁଡିକୁ ନିଜ ଅକ୍ତିଆରକୁ ନେବାକୁ ଭରପୂର ଚେଷ୍ଟା ଜାରି ରଖିଛି । ଏବେ ଯୁଦ୍ଧର ବେଗ କମ କରିଥିବା ବେଳେ ଋଷସେନା ୟୁକ୍ରେନର ସୈନ୍ୟ ବେସଗୁଡିକୁ ଟାର୍ଗେଟ କରୁଛି । ଫଳରେ ସାଧାରଣ ଲୋକମାନେ ମଧ୍ୟ ଏହାର କୁପରିଣାମ ଭୋଗୁଛନ୍ତି ।

Get real time updates directly on you device, subscribe now.