fbpx

Whatsapp ର ଆଉ ଏକ ନୂଆ ଫିଚର

ଓଡିଶା ଭାସ୍କର; ଦୂନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ ଆପ ହେଉଛି ହ୍ୱାଟସଆପ । ପାଖା ପାଖି ୨ ବିଲିୟନ ଠାରୁ ଅଧିକ ଲୋକ ଏଥିରେ ମେସେଜ ଏବଂ ଭଏସ ସହ ଭିଡିଓ କଲିଙ୍ଗ କରୁଛନ୍ତି । ଏଥିପାଇଁ କମ୍ପାନୀ ଲୋକମାନଙ୍କ ସୁବିଧା ପାଇଁ ସବୁବେଳେ ନୂଆ ନୂଆ ଫିଚର ଆଣିଥାଏ । ଏବେ ହ୍ୱାଟସଆପ ତାର ୟୁଜର ମାନଙ୍କ ପାଇଁ ଆଉ ଏକ ନୂଆ ଫିଚର ଆଣିଛି । ଏବେ ଆପଣ ହ୍ୱାଟସଆପ ମେସେଜରେ ଫଟୋ ସହିତ କ୍ୟାପସନ ମଧ୍ୟ ଦେଇ ପାରିବେ ।

କିନ୍ତୁ ଏବେ ଏହି ଫିଚର ୟୁଜର ମାନଙ୍କୁ ପଠାଯାଇ ନାହିଁ । ଏବେ ଏପରି କିଛି ୟୁଜର୍ସ ଅଛନ୍ତି ଯେଉଁମାନଙ୍କୁ ଏହି ଫିଚର ଦିଆଯାଇଛି । ସମସ୍ତଙ୍କୁ ଏହି ଫିଚର ଖୁବଶୀଘ୍ର ମିଳିବାକୁ ଯାଉଛି । ଆପଣ ଚାହିଁଲେ ଫଟୋ କ୍ୟାପସନକୁ ବି ବଦଳାଇ ପାରିବେ । ଏହି ଫିଚରକୁ ଅପଡେଟ ମିଳିବା ପରେ ଆପଣମାନେ ମଧ୍ୟ ଫଟୋ ପଠାଇବା ପରେ ଫଟୋରେ ଥିବା କ୍ୟାପସନକୁ ୧୫ ମିନିଟ ପର୍ୟ୍ୟନ୍ତ ଏଡିଟ କରିପାରିବେ । ଏହା ଦ୍ୱାରା ୟୁଜର ମାନଙ୍କୁ ବହୁତ ସାହାଯ୍ୟ ମିଳିବ । ଆପଣ ଜାଣିଛନ୍ତି ଏବେ ପର୍ୟ୍ୟନ୍ତ କେବଳ ଯୁଜରର୍ସ ମାନଙ୍କୁ କେବଳ ଟେକ୍ସଟ ମେସେଜରେ ଏଡିଟ କରିବାର ଅପସନ ମିଳିଥିଲା । କିକ୍ତୁ ଏବେ ଆପଣ ଫଟୋ କ୍ୟାପସନ ମଧ୍ୟ ବଦଳାଇ ପାରିବେ ।

ହ୍ୱାଟସଆପର ଏହି ଫିଚର ବ୍ୟବହାର କରିବା ସମୟରେ ଆପଣ ଧ୍ୟାନ ରଖିବା ଆବଶ୍ୟକ ଯେ ଆପଣ କେଉଁ ଫୋନରୁ ଏହାକୁ ବ୍ୟବହାର କରୁଛନ୍ତି । ଆପଣ ଏହାକୁ ସେହି ମୋବାଇଲରେ ବ୍ୟବହାର କରିପାରିବେ ଯେଉଁ ମୋବାଇଲ ଫୋନରୁ ଆପଣ ମେସେଜ କରୁଛନ୍ତି । ଆପଣ ଏହାକୁ ଅନ୍ୟ ଫୋନରେ ବ୍ୟବହାର କରିପାରିବେ ନାହିଁ । ତେବେ ଆପଣ ଜାଣିଥିବେ ହ୍ୱାଟସଆପ ବର୍ତ୍ତମାନ ନୂଆ ନୂଆ ଫିଚର ସବୁ ନେଇ ଆସୁଛି ଯାହା ଦ୍ୱାରା ଲୋକମାନଙ୍କୁ ଏହା ବ୍ୟବହାର କରିବାରେ ସୁବିଧା ହେଉଛି । ଏବେ କିଛି ଦିନ ପୂର୍ବରୁ ଏଚଡି ଫଟୋକୁ ନେଇ ହ୍ୱାଟସଆପ ଏକ ନୂଆ ଫିଚର ଆଣିଥିଲା । ଯାହା ଦ୍ୱାରା ଆପଣ ଫଟୋ ସେଣ୍ଡ କଲା ବେଳେ ଏକ ବଟନ ମିଳିବ ଯେଉଁଥିରେ ଆପଣ ଦେଖିବେ ଏଚଡି ଫଟୋ ସେଣ୍ଡ ହୋଇଛି ।

Get real time updates directly on you device, subscribe now.