fbpx

ମନ୍ତ୍ରୀ ନବ ଦାସଙ୍କ ଗୁଳିରେ ନୂଆ ମୋଡ଼, ଗତକାଲି ବ୍ୟବସାୟିକ ସହଯୋଗୀଙ୍କୁ ମିଳିଥିଲା ହତ୍ୟା ଧମକ!

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କୁ ଗୁଳିମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ୍। ଗତକାଲି ନବ ଦାସ୍‌ଙ୍କ ବିଜନେସ୍ ପାର୍ଟନରଙ୍କୁ ମିଳିଥିଲା ହତ୍ୟା ଧମକ। ମନ୍ତ୍ରୀ ନବ ଦାସ୍‌ଙ୍କୁ ଗୁଳି ମାଡ଼ ପରେ ଏହି ଖବର ଘଟଣାକୁ ଏକ ନୂଆ ମୋଡ଼ ଦେଇଛି। ଗତକାଲି ଥାନାରେ ନବ ଦାସ୍‌ଙ୍କ ବ୍ୟବସାୟିକ ସହଯୋଗୀ ସଞ୍ଜୟ ନନ୍ଦ ଏନେଇ ଏତଲା ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ସଞ୍ଜୟ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା କରିଥିବା ସୂଚନା ମିଳିଛି। ମା’ ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ଅଟନ୍ତି। ଏଥିରେ ମନ୍ତ୍ରୀ ନବ ଦାସଙ୍କ ସେୟାର ରହିଛି। ତେବେ ଗତକାଲି ଦୁର୍ବତ୍ତ ଜଣକ ହତ୍ୟା ଧମକ ଦେବା ସହିତ ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିବା ମଧ୍ୟ ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ୍ ତାଙ୍କୁ ଗୁଳି ମାରିଥିଲେ। ଗୁଳି ନବ ଦାସଙ୍କ ଛାତିରେ ପସି ବାହାରି ଯାଇଥିବା କୁହାଯଉଛି।

ଏହି ଘଟଣା ପରେ ଏଏସଆଇ ଗୋପାଳ ଦାସ୍‌ଙ୍କ ବିଷୟରେ ସଂଘାତିକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନଥିଲା। ଏଥିପାଇଁ ସେ ନିୟମିତ ଡାକ୍ତରକଙ୍କ ସହିତ ପରାମର୍ଶ କରି ଔଷଧ ମଧ୍ୟ ଖାଉଥିଲେ। ତେବେ ଗୋପାଳ ଏଭଳି ପଦକ୍ଷେପ କଣ ପାଇଁ ନେଲେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

Get real time updates directly on you device, subscribe now.