fbpx

(Video) ଟ୍ରେନ ଦୁର୍ଘଟଣା: ଆସିଲା ବେଳେ ଆମେ ୧୨ ଜଣ ଆସିଥିଲୁ, ଏବେ ୫ ଜଣ ଅଛୁ: ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଚେତାକୁ ଫେରିବା ପରେ ସମସ୍ତେ ଖୋଜି ବୁଲୁଛନ୍ତି ସାଙ୍ଗ ସାଥୀ ପ୍ରିୟଜନଙ୍କୁ । ଚାରିଆଡେ ଶୁଭୁଛି କାନ୍ଦ ବୋବାଳିର ଚିତ୍କାର ଆଉ ମୃତ୍ୟୁର ତାଣ୍ଡବ ରଚିଛି କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଏହା ଭିତରେ ଜଣେ ଆହତ ଯାତ୍ରୀ ନିଜର ସାଥୀମାନଙ୍କୁ ଖୋଜି ପାଉ ନଥିବା ବେଳେ ଗଣମାଧ୍ୟମର ସାହାରା ନେଇଛନ୍ତି ।

ବିହାରରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସେ । ତାଙ୍କ ସହ ତାଙ୍କର ୧୧ ଜଣ ସାଙ୍ଗ ଚେନ୍ନାଇକୁ ଯାଉଥିଲେ । କିନ୍ତୁ ବାଟରେ ଏଭଳି ଏକ ଦୁର୍ଘଟଣା ତାଙ୍କୁ ତାଙ୍କର ସାଙ୍ଗମାନଙ୍କ ପାଖରୁ ଅଲଗା କରି ଦେଇଛି । ୧୨ ଜଣ ସାଙ୍ଗ ହୋଇ ଚେନ୍ନାଇକୁ ଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଜଣ ଏକାଠି ରହିଛନ୍ତି । ସେମାନେ ତାଙ୍କର ଅନ୍ୟ ୭ ଜଣଙ୍କୁ ଖୋଜି ପାଉ ନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି । କିନ୍ତୁ ଦୁର୍ଘଟଣା କିପରି ହେଲା ତାହା ଜାଣି ପାରି ନଥିବା କହିଛନ୍ତି ଯାତ୍ରୀ ।

Get real time updates directly on you device, subscribe now.