fbpx

ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗକୁ: ଏଣିକି ମାତ୍ର ଏକ ଟଙ୍କାରେ ମିଳିବ ସ୍ୱାସ୍ଥ୍ୟସେବା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ଦେଶର ସ୍ୱାସ୍ଥ୍ୟସେବାକୁ ବିକାଶ କ୍ଷେତ୍ରରେ ଆଗେଇ ନେବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରହିଛି । ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ସହ ହସ୍ପିଟାଲିଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । କିନ୍ତୁ ଗରିବ ଲୋକଙ୍କ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଉଛି ଦରବୃଦ୍ଧି । ମହଙ୍ଗା ଯୁଗରେ ସ୍ୱାସ୍ଥ୍ୟସେବା ନ ପାଇ ଅନେକ ମୃତ୍ୟୁ ମଧ୍ୟ ରେକର୍ଡ ହୋଇଛି । ତେଣୁ ଏହାକୁ ଦୂର କରିବା ପାଇଁ ଏକ ନୂଆ ଯୋଜନା ଲଞ୍ଚ ହୋଇଛି । ଯାହାଦ୍ୱାରା ମାତ୍ର ଏକ ଟଙ୍କାରେ ସ୍ୱାସ୍ଥ୍ୟସେବା ମିଳିପାରିବ ।
ଆଜିକାଲି ଯୁଗରେ ଟିକିଏ କାଶ କିମ୍ବା ଥଣ୍ଡା ହେଲେ, ଶହ ଶହ ଟଙ୍କାର ମେଡିସିନ ଲେଖି ଧରାଇ ଦେଉଛନ୍ତି ଡାକ୍ତର । କିନ୍ତୁ ଭାରତରେ ଏମିତି ଏକ ମେଡିକାଲ ଅଛି, ଯେଉଁଠି ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ ମାତ୍ର ୧ ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଘଟଣାଟି ଏକଦମ୍ ସତ । ହାଇଦ୍ରାବାଦର ଜିଜି ଚାରିଟେବୁଲ ହସ୍ପିଟାଲରେ ଏହି ସେବା ଉପଲବ୍ଧ ରହିଛି । ଏଠାରେ ମାତ୍ର ଏକ ଟଙ୍କାରେ ହିଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଏହାବ୍ୟତୀତ ରୋଗୀଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଇଛି ଏହି ହସ୍ପିଟାଲ ।
ସାଧାରଣ ନାଗରିକଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏହି ପଦକ୍ଷେପର ମୂଳ ଲକ୍ଷ ବୋଲି କହିଛନ୍ତି ହସ୍ପିଟାଲର ଏମ.ଡି ସୁରୀ ସୁର୍ଯ୍ୟ । ଗରିବ ଲୋକମାନେ ଅନେକ ସମୟରେ ହସ୍ପିଟାଲର ବିଲ ଏବଂ ଦାମୀ ଡାକ୍ତରଙ୍କ ଫିସ ଯୋଗୁଁ ଉତ୍ତମ ଚିକିତ୍ସା ପାଇପାରନ୍ତି ନାହିଁ । ଏଭଳି ସ୍ଥିତିରେ ଚିକିତ୍ସା ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି । ଏହି କାରଣରୁ ଜିଜି ଚାରିଟେବୁଲ୍ ହସ୍ପିଟାଲରେ ମାତ୍ର ଏକ ଟଙ୍କାରେ ଚିକିତ୍ସା କରାଯାଉଛି, ଯାହା ଦ୍ୱାରା ଗରିବ ରୋଗୀମାନେ ମଧ୍ୟ ଚିକିତ୍ସାସେବା ପାଇପାରିବେ।
ବର୍ତ୍ତମାନ ଏହି ହସ୍ପିଟାଲକୁ ପ୍ରତିଦିନ ୫୦୦ରୁ ୭୦୦ ରୋଗୀ ଆସନ୍ତି । ସମସ୍ତ ଚିକିତ୍ସା ମାତ୍ର ଏକ ଟଙ୍କାରେ କରାଯାଉଥିବାରୁ ରୋଗୀମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ପରାମର୍ଶ ଶୁଳ୍କ ଏକ ଟଙ୍କା କରାଯାଇଛି । ତେବେ ପରୀକ୍ଷା ଓ ଅନ୍ୟାନ୍ୟ ଚିକିତ୍ସାରେ ୫୦ପ୍ରତିଶତ ପର୍ୟ୍ୟନ୍ତ ରିହାତି ମଧ୍ୟ ରଖାଯାଇଛି । ଆଗାମୀ ସମୟରେ ରୋଗୀମାନଙ୍କୁ ଆହୁରି ଅନେକ ସୁବିଧା ଯୋଗାଇବାର ଯୋଜନା ଅଛି । ହାଇଦ୍ରାବାଦ ସହରର ଏହି ହସ୍ପିଟାଲର ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଗରିବ ରୋଗୀ ମାନେ ବେଶ୍‌ ଖୁସି ଅଛନ୍ତି ।

Get real time updates directly on you device, subscribe now.