fbpx

Covid-19 ସଂକ୍ରମିତଙ୍କୁ ବଞ୍ଚିବାକୁ ଦେଉନାହିଁ ଏହି ୧୦ଟି ଭୟଙ୍କର ରୋଗ: ରିସର୍ଚ୍ଚ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହାର ପ୍ରଭାବରେ ଘଟିଥିବା କ୍ଷତିର ହିସାବ ନାହିଁ । ତେବେ ଏହା ମଧ୍ୟରେ ଦିନକୁ ଦିନ କୋଭିଡ୍ ସମ୍ପର୍କିତ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସୁଛି । କୋଭିଡରେ ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତିଠାରେ ଅନେକ ପ୍ରକାରର ଜଟିଳ ରୋଗର ଲକ୍ଷଣ ଦେଖାଯାଉଥିବା ବୈଜ୍ଞାନିକଙ୍କ ଗବେଷଣାରୁ ଜଣାପଡ଼ିଛି ।

୧- କୋଭିଡ ସଂକ୍ରମିତଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହେଉଛି । ହାର୍ଟ, କିଡନୀ, ଫୁସଫୁସ, ପାକସ୍ଥଳୀର କାର୍ଯ୍ୟ ଦକ୍ଷତା ହ୍ରାସ ପାଉଥିବା ଦେଖାଯାଉଛି ।

୨- କୋଭିଡ ସଂକ୍ରମିତଙ୍କ ଠାରେ ଥକ୍କାପଣ ପରିଲକ୍ଷିତ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହାକୁ ଏକ ମୁଖ୍ୟ ଲକ୍ଷଣ ଭାବେ ଘୋଷଣା କରାଯାଇଛି ।

୩- ସଂକ୍ରମିତଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ନାୟୁଜନିତ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରେ ରହିଛି । ମୁଣ୍ଡବ୍ୟଥା, ଧ୍ୟାନ ସମସ୍ୟା, ବ୍ରେନ୍ ଫଗ, ଆନୋସମିଆ ଆଦି ।

୪- ସଂକ୍ରମିତଙ୍କ ଠାରେ ୭୨ ପ୍ରତିଶତ ହାର୍ଟ ଆଶଙ୍କା ରହୁଛି । ୧ ହଜାର ଲୋକଙ୍କ ମଧ୍ୟରୁ ୧୨ ଜଣ ଏଥିରେ ପୀଡ଼ିତ ହେଉଛନ୍ତି ।

୫- ସଂକ୍ରମିତ ନିମୋନିଆରେ ପୀଡ଼ିତ ହେବା ସହ ସେମାନଙ୍କ ଫୁସଫୁସକୁ ଅକ୍ସିଜେନ ସପ୍ଲାଏ ବାଧାପ୍ରାପ୍ତ ହେଉଛି ।

୬- ସଂକ୍ରମିତଙ୍କ ଠାରେ ହଜମ ସମସ୍ୟା ଦେଖାଦେବା ସହ ଅନ୍ତନଳି ଗତି, ପେଟ ଯନ୍ତ୍ରଣା, ଭୋକ ନଷ୍ଟ ଦେଖାଯାଉଛି ।

୭- କୋଭିଡ୍ ସଂକ୍ରମିତଙ୍କ ଛାତି, ବେକରେ ଦାଗ ପରି କିଛି ଲକ୍ଷଣ ଦେଖାଯାଉଛି ।

୮- ସଂକ୍ରମିତଙ୍କଠାରେ ନିମୋନିଆ ବିକଶିତ ହେବା ସହ ସେମାନଙ୍କଠାରେ ଏଆରଡିସ ବୃଦ୍ଧି ପାଉଛି ।

୯- ସଂକ୍ରମିତଙ୍କଠାରେ ଶ୍ୱାସଜନିତ ସମସ୍ୟା ଦେଖାଯାଉଛି । ଏହା ଜଣେ ବ୍ୟକ୍ତିଙ୍କୁ କ୍ଲାନ୍ତ କରିଦେବା ସହ ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥାଏ ।

୧୦- ସଂକ୍ରମିତଙ୍କ ମାଂସପେଶୀ ଓ ଗଣ୍ଠି ଜାଗାରେ ଯନ୍ତ୍ରଣା ଅନୁଭବ ହେଉଛି ।

Get real time updates directly on you device, subscribe now.