fbpx

ଓଡ଼ିଶା ହାଇକୋର୍ଟରେ ଏହି ପଦରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ ଡିଟେଲ୍

କଟକ: ଓଡ଼ିଶା ହାଇକୋର୍ଟ “ଲ’ ରିସର୍ଚ୍ଚର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ପଦରେ ଆବେଦନ କରିବା ପାଇଁ ଅକ୍ଟୋବର ୧୦ ତାରିଖ ଶେଷ ତାରିଖ ରହିଛି ।

ଏହି ସବୁ ପଦବୀରେ ରହିଛି ଖାଲି ପଦବୀ:

ଲ ରିସର୍ଚ୍ଚର(ଲ): ୨ ପୋଷ୍ଟ

ଲ ରିସର୍ଚ୍ଚର(ଇତିହାସ): ୨ ପୋଷ୍ଟ

ଯୋଗ୍ୟତା:

ଲ ରିସର୍ଚ୍ଚର(ଲ)ପୋଷ୍ଟ  ପାଇଁ ପ୍ରାର୍ଥୀଙ୍କୁ ଏଲଏଲବି ଡିଗ୍ରୀ ସଂପୂର୍ଣ୍ଣ କରିଥିବା ଦରକାର/ ଏଲଏଲଏମ ଡିଗ୍ରୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ହୋଇଥିବା ଦରକାର ।

ସେହିପରି ଲ ରିସର୍ଚ୍ଚର(ଇତିହାସ) ପୋଷ୍ଟ ପାଇଁ ପ୍ରାର୍ଥୀଙ୍କୁ ଇତିହାସରେ ପିଜି ଡିଗ୍ରୀ କିମ୍ବା ଇତିହାସରେ ଉଚ୍ଚତମ ଡିଗ୍ରୀ ରହିଥିବା ଆବଶ୍ୟକ ।

ଦରମା ଏବଂ ବୟସସୀମାେ: ଲ ରିସର୍ଚ୍ଚରଙ୍କୁ ମାସିକ ୩୦ ହଜାର ଦରମାରେ ୨ ବର୍ଷର ଚୁକ୍ତି ଭିତ୍ତିକ ନିଯୁକ୍ତ କରାଯିବ । ପ୍ରାର୍ଥୀ ୪୫ ବର୍ଷରୁ ଅଧିକ ହୋଇନଥିବ । ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଦରକାର ।

ତେବେ ପ୍ରାର୍ଥୀ www.orissahighcourt.nic.in ୱେବସାଇଟ୍ କୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.