fbpx

Cricket ଛାଡି ଏହି ଖେଳରେ ମାତିଲେ ବାବର ଆଜମ୍: ଫ୍ୟାନ୍ସ କରି ଦେଲେ ଟ୍ରୋଲ

ନୂଆଦିଲ୍ଲୀ: ବିଶ୍ୱକପକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏବେ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ପାକିସ୍ତାନ । ସିରିଜର ପ୍ରଥମ ମ୍ୟାଚ ୬ ୱିକେଟରେ ପରାସ୍ତ ହେବାର ଗୋଟିଏ ଦିନ ପରେ ଦେଖିବାକୁ ମିଳିଛଇ ଏକ ଅଜବ ଘଟଣା । ପାକ୍ ଅଧିନାୟକ ବାବର ଆଜମ କ୍ରିକେଟ ଛାଡି ଆଉ ଏକ ଗେମ୍ ଖେଳୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ, ୭ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ ହାରିବା ପରେ ପାକିସ୍ତାନର ଖେଳାଳି ଜୋରଦାର ପ୍ରାକ୍ଟିସ ଜାରି ରଖିଛନ୍ତି । କିନ୍ତୁ ଏହି ସମୟରେ ଅଧିନାୟକ ବାବରଙ୍କୁ କ୍ରିକେଟ ମଇଦାନ ବଦଳରେ ଅନ୍ୟ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି । ବାବରଙ୍କ ଲନ ଟେନିସ ଖେଳୁଥିବାର ଏକ ଭିଡିଓ ପୋଷ୍ଟ କରିଛି ପାକିସ୍ତାନ କ୍ରିକେଟ । ତେବେ କେବଳ ବାବର ନୁହେଁ ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଖେଳୁଥିବାର ଦେଖାଯାଇଛି । ମହମ୍ମଦ ହସନେନଙ୍କ ଜବରଦସ୍ତ ଗୋଲ ଦେବାକୁ ଚେଷ୍ଟା କରିବା ବେଳେ ଫେଳ ମାରିଥିଲେ ବାବର । ଯାହାକୁ ଦେଖି ସାଥୀ କେଳାଳିମାନେ ଏହାର ମଜା ଲୁଟିଥିଲେ । ଏହି ମ୍ୟାଚରେ ହାରିସ ରଉଫ ଚେୟାର ଅମ୍ପାୟାରର ଭୂମିକା ତୁଲାଇଥିଲେ ।

ଲନ ଟେନିସ ପରେ ବାବରଙ୍କୁ ଗଲ୍ଫ ଖେଳୁଥିବାର ମଧ୍ୟ ନଜର ଆସିଛି । ଏଥିରେ କିଛି ଜବରଦସ୍ତ ଶଟ ମଧ୍ୟ ଖେଳିଛନ୍ତି । ତେବେ ବାବରଙ୍କ ସହିତ ଇଂଲଣ୍ଡର ସାମ କରନ ଏବଂ ଅଧିନାୟକ ଜୋସ ବଟଲରଙ୍କୁ ମଧ୍ୟ ଦେଖାଯାଇଛି । ପାକିସ୍ତାନ କ୍ରିକେଟର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପାକିସ୍ତାନର ଅନେକ ଫ୍ୟାନ୍ସ ବାବର ଏବଂ ଟିମକୁ ଖୁବ ଟ୍ରୋଲ କରିଛନ୍ତି ।

Get real time updates directly on you device, subscribe now.