fbpx

ଟ୍ରାଫିକ ପୋଲିସର ଦାୟିତ୍ୱ ତୁଲାଇବେ ସିକ୍ୟୁରିଟି ଗାର୍ଡ: ସ୍କୁଲ ଭିଡ଼କୁ ଏଡ଼ାଇବା ପାଇଁ କମିସନରେଟ ପୋଲିସର ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ଅନେକ ସ୍କୁଲ ଜନଗହଳିପୂର୍ଣ୍ଣ ଅଞ୍ଚଳ ରହିଥିବାରୁ ସେଠାରେ ଅନେକ ସମୟରେ ପ୍ରବଳ ଭିଡ଼ ସମସ୍ୟା ଦେଖାଯାଇଥାଏ । ସ୍କୁଲ ଖୋଲିବା ଓ ଛୁଟି ହେବା ସମୟରେ ସ୍କୁଲ ନିକଟ ରାସ୍ତାରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ପ୍ରବଳ ଭିଡ଼ ଜମିଥାଏ । ଏହି ସମୟରେ ଅଭିଭାବକମାନେ ବେଆଇନ ଭାବେ ପାର୍କିଂ କରିଥାନ୍ତି । ଏହି କାରଣରୁ ଅନେକ ଦୁର୍ଘଟଣା ଘଟିଥିବାର ଉଦାହରଣ ମଧ୍ୟ ରହିଛି ।

ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି କମିସିନରେଟ ପୋଲିସ । ଏଣିକି ସ୍କୁଲରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡମାନେ ଟ୍ରାଫିକ ପୋଲିସର ଦାୟିତ୍ୱ ତୁଲାଇ ପାରିବେ । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ରାଜଧାନୀର ୧୪ଟି ସ୍କୁଲର ୫୬ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତାଲିମ ଦିଆଯାଇଛି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟର ସେକ୍ସନ-୧୩ ଅନୁଯାୟୀ ସେମାନଙ୍କୁ ସ୍ପେଶାଲ ପୋଲିସ ଅଫିସର (ଏସପିଓ) ମାନ୍ୟତା ମିଳିଛି ।

ଏହି ଏସପିଓମାନେ ପାର୍କିଂ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ, ପିଲାଙ୍କ ସୁରକ୍ଷା, ଯାନବାହାନ ନିୟନ୍ତ୍ରଣ କରିବେ । ଏନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିସହିତ ଟ୍ରାଫିକ ପୋଲିସ ପକ୍ଷରୁ ସଂପୃକ୍ତ ଏସପିଓମାନଙ୍କୁ ସ୍ୱତନ୍ତ୍ର ଜ୍ୟାକେଟ୍ ମଧ୍ୟ ପ୍ରଦାନ କରାଯାଇଛି । ଗାର୍ଡମାନେ ଏଣିକି ଏହି ଜ୍ୟାକେଟ ପିନ୍ଧି ସ୍କୁଲରେ କାର୍ଯ୍ୟ କରିବେ ଓ ଟ୍ରାଫିକ କାର୍ଯ୍ୟ ପରିଚାଳନା କରିବେ । ଦରକାର ପଡ଼ିଲେ ଗାର୍ଡମାନେ ଉପରିସ୍ଥ ଟ୍ରାଫିକ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ନେଇପାରିବେ ।

Get real time updates directly on you device, subscribe now.