fbpx

RBIର ନୂଆ ନିୟମ: Bank Lockerକୁ ନେଇ ହୋଇପାରେ ଏହି ସବୁ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ କରିଥାଏ RBI । ତେବେ ଏଥର ବ୍ୟାଙ୍କ ଲକରକୁ ନେଇ କିଛି ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ଲକରରୁ ଚୋରି ହେଉଥିବା ନେଇ ବାରମ୍ବାର ଅନେକ ଗ୍ରାହକ ଅଭିଯୋଗ କରିଥିଲେ । ଯାହାକୁ ନେଇ ଏକ ବଡ ପଦକ୍ଷେପ ନେଇଛି RBI । ଏଣିକି ଗ୍ରାହକଙ୍କ ଲକରରୁ କିଛି ଚୋରି ହେଲେ ସମ୍ପୃକ୍ତ ବ୍ୟାଙ୍କ ଲକର ଭଡାଠାରୁ ୧୦୦ ଗୁଣ ଅଧିକ କ୍ଷତିପୂରଣ ଦେବ ବୋଲି କୁହାଯାଇଛି । ଅଧିକାଂଶ ସମୟରେ ବ୍ୟାଙ୍କ ଚୋରି ମାମଲାରୁ ଦୂରେଇ ଯାଉଥିବା ଦେଖାଯାଉଥିଲା ।

ଚୋରି ହେବା ପରେ ଗ୍ରାହକଙ୍କୁ ବ୍ୟାଙ୍କ କୌଣସି ସାହାଯ୍ୟ କରେ ନାହିଁ । ବରଂ ଏଥିରେ ବ୍ୟାଙ୍କର କୌଣସି ଦାୟିତ୍ୱ ନାହିଁ ବୋଲି କହି ଦେଇଥାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ତେବେ RBI ତରଫରୁ ଜାରି ହୋଇଥିବା ଆଦେଶ ଅନୁସାରେ, ବ୍ୟାଙ୍କକୁ ଖାଲି ଲକରର ଲିଷ୍ଟ, ଲକର ପାଇଁ ୱେଟିଙ୍ଗ ଲିଷ୍ଟ ନମ୍ବର ଡିସପ୍ଲେରେ ଲଗାଇବାକୁ ହେବ । ଏହାଦ୍ୱାରା ଲକର ସିଷ୍ଟମରେ ଅଧିକ ପାରଦର୍ଶିତା ମିଳିବ ।

ତେବେ ଲକର ଆକ୍ସେସ କରିବା ସମୟରେ ଏହାର ଆଲର୍ଟ ବ୍ୟାଙ୍କ ଦ୍ୱାରା ଆପଣଙ୍କୁ ଇ-ମେଲ ଏବଂ ଏସଏମଏସ ଜରିଆରେ ପ୍ରଦାନ କରାଯିବ । ବିଭିନ୍ନ ପ୍ରକାର ଧୋକା ଏବଂ ଫ୍ରଡ ଆଦି ଘଟଣାରୁ ରକ୍ଷା ପାଇବା ପାଇଁ ଏଭଳି ନିୟମ ଆଣୁଛି RBI । ଏକା ସାଙ୍ଗରେ ସର୍ବାଦିକ ୩ ବର୍ଷ ପାଇଁ ଲକର ଭଡା ନେଇ ପାରିବ ବ୍ୟାଙ୍କ । ଯଦି ଆପଣଙ୍କ ଲକରର ଭଡା ୨,୦୦୦ ହୋଇଥାଏ ତେବେ ବ୍ୟାଙ୍କ ଆପଣଙ୍କ ପାଖରୁ ୬,୦୦୦ ଟଙ୍କାରୁ ଅଧିକ ନେଇ ପାରିବ ନାହିଁ ।

ଏହା ସହିତ ଲକର ରୁମକୁ ଯାଉଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖିବ ସିସିଟିଭି । ତେଣୁ ସିସିଟିଭର ୧୮୦ ଦିନର ଫୁଟେଜ ରଖିବାକୁ ହେବ ବୋଲି ନିର୍ଦ୍ଦେଶ ଦେଇଛି RBI । ଯାହାଦ୍ୱାରା ଚୋରି କିମ୍ବା ଅନ୍ୟ ପ୍ରକାରର ଅଗଟଣର ସିସିଟିଭି ଫୁଟେଜ ଚେକ କରିପାରିବ ପୋଲିସ ।

Get real time updates directly on you device, subscribe now.