fbpx

ଟିଆରପି ସ୍କାମ୍ ମାମଲା: Republic Tv କୁ କ୍ଲିନ୍ ଚିଟ୍ ଦେଲା ଇଡି…

ନୂଆଦିଲ୍ଲୀ: ଟିଆରପି ସ୍କାମ ମାମଲାରେ ରିପବ୍ଲିକ୍ ଟିଭି ଏବଂ ଆର ଭାରତକୁ ଇଡି କ୍ଲିନ୍ ଚିଟ୍ ଦେଇଛି । ଇଡି ଏହାର ଚାର୍ଜସିଟ୍ ରେ କହିଛି ଯେ ଚ୍ୟାନେଲ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ଇଡି କହିଛି ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସର ଯାଞ୍ଚ ଭିନ୍ନ ଥିଲା । ଏହା ସହ ଇଡି କହିଛି ଯେ କିଛି ସ୍ଥାନୀୟ ଏବଂ ମନୋରଞ୍ଜନ ଚ୍ୟାନେଲ ଟିଆରପି ରେଟିଂରେ ହେରଫେର କରିବାରେ ସାମିଲ ଥିବା ନେଇ ପ୍ରମାଣ ମିଳିଛି ।

ସୂଚନାଯୋଗ୍ୟ, ୨୦୨୦ରେ ମୁମ୍ବାଇ ପୋଲିସ କିଛି ମିଡିଆ ହାଉସଙ୍କ ଦ୍ୱାରା ଫେକ୍ ଟିଆରପି ବଢ଼ାଇବା ନେଇ ମାମଲା ରୁଜୁ କରିଥିଲା । ଏଥିରେ ରିପବ୍ଲିକ୍ ଟିଭି ନାମରେ ଆଗରେ ରହିଥିଲା । ଏଫଆଇଆରରେ ଇଣ୍ଡିଆ ଟୁଡେର ନାମ ମଧ୍ୟ ରହିଥିଲା ।

ଜୁନ୍ ମାସରେ ମୁମ୍ବାଇ ପୋଲିସ ତରଫରୁ ଦାଖଲ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ରିପବ୍ଲିକ୍ ଟିଭିର ଏଡିଟର ଇନ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ସାମ୍ନାକୁ ଆସିଥିଲା । କନ୍ତୁ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଦାଖଲ ଅଭିଯୋଗ ପତ୍ରରେ ତାଙ୍କ ନାମ ଉଲ୍ଲେଖ ନାହିଁ ।

ଏହି ପ୍ରସଙ୍ଗରେ ଗତ ବର୍ଷ ଏକ ମାମଲା ରୁଜୁ ହୋଇଥିଲା । ମୁମ୍ବାଇ ପୋଲିସର ପୂର୍ବ କମିଶନର ପରମବୀର ସିଂହ ରପବ୍ଲିକ୍ ଟିଭି ସ୍କାମରେ ସାମିଲ ଥିବା ନେଇ କହିଥିଲେ । ପରମବୀର ସିଂହ ୮ ଅକ୍ଟୋବର ୨୦୨୦ ରେ କହିଥିଲେ ଯେ ଟିଆରପି ର୍ୟାକେଟ୍ ରେ ରିପବ୍ଲିକ୍ ଟିଭି, ବକ୍ସ ସିନେମା ଏବଂ ଫକ୍ତ ମରାଠୀ ସାମିଲ ଥିଲେ ।

Get real time updates directly on you device, subscribe now.