fbpx

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବେ UGC-AICTE: ପ୍ରତିଷ୍ଠା ହେବ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ, ସଂସଦରେ ଆସିବ ବିଲ୍

ନୂଆଦିଲ୍ଲୀ: ସଂସଦର ଆସନ୍ତା ଶୀତକାଳୀନ ଅଧିବେସନରେ କେନ୍ଦ୍ର ସରକାର ଏକ ବିଲ୍ ଆଣିବାକୁ ଯାଉଛନ୍ତି । ଭାରତୀୟ ଉଚ୍ଚଶିକ୍ଷା କମିସନ (ଏଚଇସିଆଇ) ଗଠନ ପାଇଁ ଏକ ପ୍ରସ୍ତାବ ଅଣାଯିବ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଓ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏକତ୍ର କାର୍ଯ୍ୟ କରିବା ନେଇ ଏହି କମିଟି ରୋଡମ୍ୟାପ୍ ପ୍ରସ୍ତୁତ କରିବ ।

ଏହି କମିଟି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦେଶ କୁମାରଙ୍କ ଦ୍ୱାରା ଗଠନ କରାଯାଇଥିବା ବେଳେ ପ୍ରାରମ୍ଭିକ ଭାବେ ଏହି କମିଟି ନିୟମାବଳୀକୁ ଚିହ୍ନଟ କରିବା ଦିଗରେ କାର୍ଯ୍ୟ କରିବ । ଏଚଇସିଆଇର ପ୍ରସ୍ତାବକୁ ମିଳିତ ଭାବେ କାର୍ଯ୍ୟ କରିବା ନେଇ ପଦକ୍ଷେପ ନିଆଯିବ । ଏଚଇସିଆଇ ଗଠନ ବିଲ କେନ୍ଦ୍ର ସରକାର ସଂସଦରେ ଶୀତକାଳୀନ ଅଧିବେସନରେ ଆଗତ କରିବାକୁ ଯାଉଥିବାରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ଜେନେରାଲ ଓ ବୈଷୟିକ ଡିଗ୍ରୀ ବା କୋର୍ସ କରୁଥିବା ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କ ଏହି ନୂଆ ନିୟମ ଦ୍ୱାରା ଉପକୃତ ହେବେ । ଏହି କମିଟିରେ ୟୁଜିସି ଓ ଏଆଇସିଟିଇର ଭାଇସ-ଚେୟାରମ୍ୟାନ, ୟୁଜିସିର ସେକ୍ରେଟାରୀ, ଏଆଇସିଟିଇର ମେମ୍ବର-ସେକ୍ରେଟାରୀ ପ୍ରମୁଖ ସଦସ୍ୟ ରହିଛନ୍ତି । ଦୁଇ ରେଗୁଲେଟର କିପରି ଏକତ୍ର କାର୍ଯ୍ୟ କରିପାରିବେ ସେ ନେଇ କ୍ଷେତ୍ର ଚିହ୍ନଟ କରିବ ଏହି କମିଟି । ଏଥିସହିତ ଏହି ଦୁଇ ରେଗୁଲେଟରଙ୍କର ଦୁଇ ଅଧିକାରୀଙ୍କୁ ନେଇ ଏକ ଅଲଗା ସବ-କମିଟି ମଧ୍ୟ ଗଠନ କରାଯାଇଛି, ଯେଉଁମାନେ କି ସେହି କ୍ଷେତ୍ରରେ କାର୍ଯ୍ୟ କରିବେ ।

Get real time updates directly on you device, subscribe now.