fbpx

ରେଲୱେ ସ୍କୁଲରେ TGT, PGT ପଦରେ ଭ୍ୟାକେନ୍ସୀ: ବିନା ପରୀକ୍ଷାରେ ହେବ ଚୟନ…

ନୂଆଦିଲ୍ଲୀ: ଭାରତୀୟ ରେଲୱେ ମଧ୍ୟ ରେଲୱେରେ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଆବେଦନ ମାଗିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି, ସେମାନେ ଭାରତୀୟ ରେଳବାଇ ର ଅଫିସିଆଲ ୱେବସାଇଟ୍ cr.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଅନୂଯାୟୀ ୨୨ ପଦରେ ନିଯୁକ୍ତି ରହିଛି । ଏଥିପାଇଁ ଅକ୍ଟୋବର ୪ ତାରିଖରେ ୱାକ୍ ଇନ୍ ଇଣ୍ଟରଭ୍ୟୁ କରାଯିବ ।

ଖାଲିଥିବା ପଦବୀ:

ପିଜିଟି: ୫ ପଦ

ଟିଜିଟି: ୮ ପଦ

ପିଆରଟି: ୯ ପଦ

ଆୟୁସୀମା: ଆଶାୟୀଙ୍କ ବୟସ ୧୮ ରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଏଭଳି ରହିବ ଦରମା:

PGT: ୨୭,୫୦୦ ଟଙ୍କା ମାସକ ଆଧାରରେ ମିଳିବ ।

TGT: ୨୬,୨୫୦ ଟଙ୍କା ମାସିକ ଏବଂ

PRT: ୨୧,୨୫୦ ଟଙ୍କା ମାସିକ ଦରମା ରହିଛି ।

ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ । ଏହା ବ୍ୟତୀତ ଆଶାୟୀ ସିଧାସଳଖ ଏହି ଲିଙ୍କରେ କ୍ଲିକ୍ କରି ଆବେଦନ କରିପାରିବେ । ଏହା ସହ ଏହି ଲିଙ୍କରେ କ୍ଲିକ୍ କରି ଅଫସିଆଲ ନୋଟିଫିକେସନ ପଢ଼ିପାରିବେ ।

 

Get real time updates directly on you device, subscribe now.