fbpx

ନରେନ୍ଦ୍ର ମୋଦୀ ବିଶ୍ୱର ଶାନ୍ତି ଦୂତ: ଯୁବ ବୟସରୁ ପ୍ରଧାନମନ୍ତ୍ରୀ ଡାଏରୀରେ ଲେଖିଥିଲେ ଭବିଷ୍ୟତର ସ୍ୱପ୍ନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦୀ ଶୀର୍ଷରେ ରହିଛନ୍ତି । ମୋଦୀଙ୍କ ଦୂରଦୃଷ୍ଟି, ଭିନ୍ନ ଢଙ୍ଗରେ ବକ୍ତବ୍ୟରେ ଆଜି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ୟୁକ୍ରେନ ଯୁଦ୍ଧ ପରି ଅନେକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦୀ ପ୍ରଚ୍ଛଦପଟ୍ଟରେ ରହି ବିଶ୍ୱର ଶୀର୍ଷ ନେତାଙ୍କ ସହ ଆଲୋଚନା କରି ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ତେବେ ତାଙ୍କର ଏହି ନିଷ୍ପତ୍ତି ପଛରେ ଏକ ନୂଆ ଭାରତର ସ୍ୱପ୍ନ ଜଡ଼ିତ ରହିଛି । ଗତ ଆଠ ବର୍ଷ ମଧ୍ୟରେ ମୋଦୀ ଯାହା ସବୁ ବିକାଶ କରିଛନ୍ତି ତା’ର ସ୍ୱପ୍ନ ସେ ଯୁବକ ସମୟରୁ ଦେଖିଥିଲେ । ଏବେ ମୋଦୀଙ୍କର କିଛି ପୁରୁଣା ଡାଏରୀର ବ୍ୟକ୍ତିଗତ ଲେଖା ଭାଇରାଲ ହେବାରେ ଲାଗିଛି । ଶାନ୍ତିର ପ୍ରତୀକ ଭାରତ ବିଶ୍ୱକୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ଚାହୁଁଥିବା ଉକ୍ତ ଲେଖାରୁ ସ୍ପଷ୍ଟ ହୋଇଛି ।

ମୋଦୀଙ୍କ ଡାଏରୀରେ ଲେଖା ଅଛି, ‘ବିବିଧତାରେ ଏକତା ହେଉଛି ଆମର ଚେତନା ଓ ଅସ୍ତିତ୍ୱର ସାର । ଈଶ୍ୱର ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ । ଆମେ ସମସ୍ତେ ମିଳିମିଶି ସମସ୍ତଙ୍କର ପାଳନ ପୋଷଣ କରିବା । ମୋର ଏହି ଜୀବନ ରାଷ୍ଟ୍ରୀୟ ସେବା ପାଇଁ ସମର୍ପିତ କରୁଛି, କାରଣ ଏହା ମୋର ନୁହେଁ । ମୋତେ କୌଣସି ସାମ୍ରାଜ୍ୟ, ପୁନର୍ଜନ୍ମ କି ସ୍ୱର୍ଗର ସନ୍ଧାନ କରିବାର ନାହିଁ । ମୁଁ ମୋର ମାତୃଭୂମିକୁ ପ୍ରଣାମ କରୁଛି ।’ ସୂଚନାଯୋଗ୍ୟ ଯେ, ନିକଟରେ ମୋଦୀ ସଂଘାଈ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେଇ ଯୁଦ୍ଧ ନୁହେଁ ବରଂ ସବୁ ସମସ୍ୟାର ସମାଧାନ ଜରୁରୀ ବୋଲି ବିଶ୍ୱନେତାଙ୍କୁ ଶାନ୍ତିର ପାଠ ପଢ଼ାଇଥିଲେ ।

Get real time updates directly on you device, subscribe now.