fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ୟାନ୍ ହେଲେ ଇମ୍ରାନ ଖାନ୍: ପ୍ରଶଂସାରେ କହିଲେ ଏମିତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।ୟ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭ୍ରଷ୍ଟାଚାର ବିରୋଧରେ ପାକିସ୍ତାନ ମୁସଲିମ୍ ଲିଗର ନେତା ନବାଜ ଶରିଫ୍ ଙ୍କ ସହ ତୁଳନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଇମ୍ରାନ ଖାନ୍ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ଙ୍କୁ ଟାର୍ଗେଟ କରି କହିଥିଲେ ଯେ ଦୁନିଆର ଅନ୍ୟ କୌଣସି ରାଜନେତା କିମ୍ବା ନେତା ବିଦେଶରେ ଧନୀ ନୁହଁନ୍ତି ।

ଏକ ଜନସଭାକୁ ସମ୍ବୋଧିତ କରି ଇମ୍ରାନ୍ ଖାନ୍ କହିଥିଲେ ଯେ ଯଦି କୌଣସି ଦେଶରେ ଆଇନ୍ ଶାସନ ନାହିଁ । ତେବେ ତାଙ୍କୁ ନିବେଶ ମିଳିନଥାଏ । ଭ୍ରଷ୍ଟାଚାର ସେତେବେଳେ ହୁଏ ଯେତେବେଳେ ଠିକ୍ ରେ ଆଇନ୍, ଶାସନ ହୋଇନଥାଏ । ମତେ ଏକ ଏଭଳି ଦେଶ କୁହନ୍ତୁ ଯାହାଙ୍କର ନେତାଙ୍କ ପାଖରେ କୋଟି କୋଟ ସମ୍ପତ୍ତି ରହିଛି । ଦେଶ ବାହାରେ ସମ୍ପତ୍ତି ରହିଛି । ଆମର ପଡ଼ୋଶୀ ଦେଶରେ ବି, ପିଏମ ମୋଦୀଙ୍କ ପାଖରେ ଭାରତ ବାହାରେ କେତେ ସମ୍ପତ୍ତି ରହିଛି?

ଇମ୍ରାନ୍ ଆହୁରି କହିଥିଲେ ଯେ କେହି ଭାବି ପାରିବେନି ଯେ ନବାଜଙ୍କ ପାଖରେ ବିଦେଶରେ କେତେ ସମ୍ପତ୍ତି ରହିଛି । ନିଜ ନେତୃତ୍ୱରେ ଅବିଶ୍ୱାସ ମତ ହାରିବା ପରେ ଏପ୍ରିଲରେ ସତ୍ତାରୁ ବେଦଖଲ ହୋଇଥିବା ଇମ୍ରାନ୍ ଖାନ୍ ଏହା ପୂର୍ବରୁ ଭାରତର ସ୍ୱତନ୍ତ୍ର ବିଦେଶ ନୀତି ଏବଂ ପଶ୍ଚିମ ଦେଶଙ୍କ ଚାପ ମଧ୍ୟରେ ଋଷ ସହ କଞ୍ଚାତେଲ କିଣିବା ପାଇଁ ଭାରତର ପ୍ରଶଂସା କରିଥିଲେ । ସେ ଆହୁରି କହିଥିଲେ ଯେ କେହିବି ମହାଶକ୍ତି ଭାରତ ଉପରେ ଚାପ ପକାଇପାରିବ ନାହିଁ ।

ନିକଟରେ ଇମ୍ରାନ୍ ଖାନ୍ ପାକିସ୍ତାନର ବର୍ତ୍ତମାନ ପିଏମ ଶହବାଜ ସରିଫ୍ ଙ୍କ ଉପରେ ମଧ୍ୟ ବର୍ଷିଥିଲେ । ଇମ୍ରାନ ଖାନ କହିଥିଲେ ଯେ ଶହବାଜ ୨୨ତମ ଏସସିଓ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବୈଠକ ସମୟରେ ପୁଟିନଙ୍କ ଉପସ୍ଥିତିକୁ ନେଇ ଡରୁଥିଲେ । ଇମ୍ରାନ୍ ଦେଶରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ପାଇଁ ଶରିଫଙ୍କୁ ସମାଲୋଚନା କରିଥିଲେ ।

Get real time updates directly on you device, subscribe now.