fbpx

ମୁଁ ତତେ ଛାଡ଼ିବି ନାହିଁ: ୧୫ ଦିନରେ ୮ ଚୋଟ ମାରିଲା ସାପ, ତଥାପି ଯୁବକଟି ବଞ୍ଚିଛି

ନୂଆଦିଲ୍ଲୀ: ସାପ ନାଁ ଶୁଣିଲେ ଆମ ସମସ୍ତଙ୍କର ଦେହ ଭୟରେ ଶିହରୀ ଉଠିଥାଏ । ଅନେକ ସମୟରେ ସାପ କାମୁଡ଼ାରେ ଅନେକ ଲୋକ ମୃତ୍ୟୁବରଣ କରିବା ସହ ସାପକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସିଥାଏ । ତେବେ ନିକଟରେ ଏପରି ଏକ ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି । ଗୋଟିଏ ସାପ ଜଣେ ଯୁବକଙ୍କୁ ୧୫ ଦିନ ମଧ୍ୟରେ ୮ ଥର ଜାଣୁଶୁଣି କାମୁଡ଼ିଥିବା ଜଣାପଡ଼ିଛି ।

ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ରଜତ ଚାହର ନାମକ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସାପଟିଏ ଗତ ୧୫ ଦିନ ମଧ୍ୟରେ ୮ ଥର ଆକ୍ରମଣ କରିସାରିଛି । ସାପଟି ରଜତଙ୍କ ପଛରେ ପଡ଼ିଥିବା କୁହାଯାଉଛି । ସାପଟି ଚୋଟ ମାରିବା ପରେ କୁଆଡ଼େ ଗାଏବ ହୋଇଯାଏ ବୋଲି ରଜତ କହିଛନ୍ତି ।

ସୂଚନା ମୁତାବକ, ଦିନେ ରଜତ ଶୋଇଥିବା ସମୟରେ ସାପଟି ତାଙ୍କ ପାଦକୁ କାମୁଡ଼ି ଦେଇଥିଲା । ଏହା ପରେ ରଜତଙ୍କୁ କରେଣ୍ଟ ପରି ଲାଗିବା ସହ ସେ ପାଟି କରିଥିଲେ । ପାଟି ଶୁଣି ପରିବାର ଲୋକେ ଦେଖନ୍ତି ତ ରଜତଙ୍କ ପାଦରୁ ରକ୍ତ ବାହାରୁଥିଲା । ଏହାପରେ ରଜତଙ୍କୁ ବୈଦ୍ୟଙ୍କ ପାଖକୁ ନିଆଯାଇଥିଲା । ଗତ ୬ ତାରିଖ ପରେ ସାପଟି ରଜତଙ୍କୁ ୨/୩ ଥର କାମୁଡ଼ିବା ସହ କୁଆଡ଼େ ଚାଲିଯାଇଥିଲା ।

ତେବେ ସବୁଠାରୁ ବଡ଼ କଥା ହେଉଛି ରଜତଙ୍କୁ ସାପ କାମୁଡ଼ିବା ଏକ ସାଧାରଣ କଥା ହୋଇଗଲାଣି । ରଜତଙ୍କ ପଛରେ ସାପଟି ପଡ଼ିଥିବା ସନ୍ଦେହରେ ତାଙ୍କ ପରିବାର ଲୋକେ ତାନ୍ତ୍ରିକର ସହାୟତା ନେଉଛନ୍ତି । ସାପ କାମୁଡ଼ା ପରେ ରଜତ ମେଡିକାଲ ନଯାଇ କେବଳ ବୈଦ୍ୟକୁ ଡାକି ସୁସ୍ଥ ହୋଇଯାଉଛନ୍ତି । ୧୫ ଦିନ ମଧ୍ୟରେ ସାପଟି ୮ ଥର କାମୁଡ଼ି ଓ ରଜତ ବଞ୍ଚିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.