ଭଦ୍ରକ ମେଡିକାଲର ଲିପ୍ଟରେ ଚାପି ହୋଇ ମରିଗଲେ ବୁଦ୍ଧା ରୋଗୀ

ହସ୍ପିଟାଲ ଲିପ୍ଟରେ ଟ୍ରେଚର ସହ ଚାପି ହୋଇ ମରିଗଲେ ମହିଳା।

ଭଦ୍ରକ: ହସ୍ପିଟାଲକୁ ଭଲ ହେବାକୁ ଆସିଥିଲେ। ହେଲେ ହସ୍ପିଟାଲ ଲିପ୍ଟ ଭିତରେ ଯମ ଜଗି ବସିଥିଲା। ଆଉ ଷ୍ଟେଚର ସହ ଚାପି ହୋଇ ଲିପ୍ଟ ଭିତରେ ମରିଗଲେ ମହିଳା। ହଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଗଲା ଅଭାବନୀୟ ଘଟଣା। ଲିପ୍ଟରେ ଚାପି ହୋଇ ରୋଗୀ ମୃତ। ହସ୍ପିଟାଲ ଲିପ୍ଟରେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତ ମହିଳା ଜଣକ ରାନ୍ଦିଆ ଗାଁର ସୂଚନା।

ଲିପ୍ଟରେ ମେଡିସିନ୍ ଓ୍ୱାର୍ଡକୁ ଆସୁଥିଲେ। ହେଲେ ଲିପ୍ଟ ଭିତରେ ଟ୍ରେଚର୍ ସହ ଚାପି ହୋଇ ଚାଲିଗଲା ଜୀବନ। ସେପଟେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଚାପା ଉତ୍ତେଜନା।