fbpx

ଶିକ୍ଷୟତ୍ରୀ ଓ ଅଭିଭାବକ ମୁହାଁମୁହିଁ: ପିଲାଙ୍କ ମାରପିଟକୁ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଢେଙ୍କାନାଳ: ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କ ମାରପିଟ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶିକ୍ଷୟତ୍ରୀ ଓ ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରର ଖମାରସାହି ଆଶ୍ରମ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହଷ୍ଟେଲର ଛାତ୍ରୀମାନଙ୍କୁ ଭଲ ପାଉଥିବା ବେଳେ ସେମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ସେପଟେ ଅନ୍ୟ ପିଲାଙ୍କୁ ଶିକ୍ଷୟତ୍ରୀ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁସାରେ, ମଙ୍ଗଳବାର ଦୁଇ ଜଣ ଛାତ୍ରୀଙ୍କୁ ଅନ୍ୟଜଣେ ଛାତ୍ରୀ ସିଡ଼ିରୁ ଠେଲି ଦେଇଥିଲେ । ଯାହାକୁ ନେଇ ସ୍କୁଳରେ ଆରମ୍ଭ ହୋଇଥିଲା ବିବାଦ । ତେବେ ଏ ମାମଲା ନେଇ ଆଜି ସଂପୃକ୍ତ ଦୁଇଛାତ୍ରୀଙ୍କ ମା’ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ ସେମାନେ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀମାନେ ହଷ୍ଟେଲରେ ରହୁଥିବା ପିଲାଙ୍କୁ ଭଲ ପାଉଥିବା ଏବଂ ପ୍ରାଧାନ୍ୟ ଦେଉଥିବା ବେଳେ ଅନ୍ୟ ପିଲାଙ୍କୁ ଅଣ ଦେଖଶ କରୁଛନ୍ତି ।

ଏହାବ୍ୟତୀତ ପିଲାମାନଙ୍କୁ ମାଡ଼ ମାରିବା ଏବଂ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏପରିକି ଗତକାଲି ସେମାନଙ୍କ ଝିଅକୁ ମାରିଥିବା ପିଲାକୁ ସମ୍ମୁଖକୁ ଡାକିବାକୁ କହିଥିଲେ । ଅଭିଭାବକଙ୍କ ଉଗ୍ର ରୂପକୁ ଦେଖି ପ୍ରଧାନ ଶିକ୍ଷୟତ୍ରୀ ପୁଲିସକୁ ଡାକିଥିଲେ । ପିଲାଙ୍କ ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ସ୍କୁଲରେ ପାଟିତୁଣ୍ଡ କରୁଥିବା ଅଭିଯୋଗ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ । ତେବେ ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।

Get real time updates directly on you device, subscribe now.