fbpx

ଆଜିଠୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Advertisement

ଓଡିଶା ଭାସ୍କର; ଆଜିଠାରୁ ଆରମ୍ଭ ହେଲା ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୋଟର ମାନେ ନିଜର ଭୋଟର କାର୍ଡ ସଂଶୋଧନ ପାଇଁ ଚଳିତ ଡ଼ିସେମ୍ବର ୯ ତାରିଖ ଯାଏଁ ଆବେଦନ କରି ପାରିବେ ବୋଲି ଏଥିରେ ସୂଚନା ଦିଆଯାଇଛି । ସେହିପରି ଆସନ୍ତା ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଏଥିପାଇଁ ଉଭୟ ଅନଲାଇନ୍ ଓ ଅଫ ଲାଇନରେ ଆବେଦନ ହୋଇପାରିବ ବୋଲି କୁହାଯାଇଛି । ତେବେ ଅଧିକ ସହାୟତା ପାଇଁ ଭୋଟର ମାନେ ୧୯୫୦କୁ କଲ କରିପାରିବେ ।

ସୂଚନା ଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏଣୁ ସମସ୍ତେ ତତ୍ପରତା ସହ ଆବେଦନ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ବୋଲି ମତ ପ୍ରକାଶ ପାଇଛି । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ – ୭ ରେ ନାମ ଯୋଗ ଓ ବିଯୋଗ କରିହେବ । ଏହା ସହ ଫର୍ମ- ୮ ରେ ତ୍ରୁଟି ସଂଶୋଧନ ହୋଇପାରିବ ବୋଲି କୁହାଯାଇଛି । ଏଥିଲାଗି ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.