fbpx

ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ

ଭୁବନେଶ୍ୱର, ୨ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି । ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି । ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ବଙ୍ଗୋପସାଗରର ଉତ୍ତର-ପୂର୍ବ ଦିଗରେ ଗତି କରିବ ବୋଲି କୁହାଯାଉଛି ।

ଆସନ୍ତା ୧୩ ଓ ୧୪ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ଏହାଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହେବା ସହ ବିହାର ଓ ଝାଡ଼ଖଣ୍ଡ ମଧ୍ୟ ପ୍ରଭାବିତ ହେବେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅମ୍ଫାନ ଓ ଫନି ପରି ଭୟଙ୍କର ବାତ୍ୟା ମେ ମାସରେ ଅନୁଭୂତ ହୋଇଥିଲା ।

Get real time updates directly on you device, subscribe now.