ଓଡ଼ିଶା ଭାସ୍କର: ମିଟୁ, ଛୋଟିଆ ଶୁଆଟିଏ, ମୋହନଙ୍କ ପ୍ରେମରେ ସମ୍ପୂର୍ଣ୍ଣ ବାନ୍ଧି ହୋଇଯାଇଛି । ମିଟୁ ବୋଲି ଡାକିଦେଲେ, ଜବାବ ଦେଉଛି, ମଣିଷ ଛୁଆ ପରି ମାଆ ବାପା ଡାକୁଛି ମିଟୁ । ପକ୍ଷୀଟିଏ ହେଲେ ମୋହନଙ୍କ ସହ ଗଢିଦେଇଛି ଏକ ନିଆରା ସମ୍ପର୍କ । ଆଜି ଦିନରେ ମଣିଷ ଆ ଜଣେ ମଣିଷର ହେଉନି । କିନ୍ତୁ ଏଠାରେ ପକ୍ଷୀ ଏବଂ ମଣିଷ ଭିତରେ ଅସୁମାରୀ ଭଲ ପାଇବା ନିସ୍ୱାର୍ଥପର ବନ୍ଧୁତା ଦେଖିବାକୁ ମିଳିଛି । ନିଜ ପିଲା ଳି ଶୁଆଟିକୁ ପାଳୁଛନ୍ତି ମୋହନ, ଆଉ ମିଟୁ ମଧ୍ୟ ମୋହନଙ୍କୁ ବେଶ୍ ଭଲ ପାଇ ବସିଛି । ଦିଗହରା ଚଢେଇକୁ ସାହାରା ଦେଇ ପରିବାରର ସଦସ୍ୟ କରି ରଖିଛନ୍ତି ମୋହନ ।
ମୋହନଙ୍କ ପ୍ରେମରେ ମୋହି ଯାଇ ଦୀର୍ଘ ୮ମାସ ହେବ ତାଙ୍କୁ ଛାଡି କୁଆଡେ ବି ଯାଉନ । ମୋହନ ସକାଳୁ ଉଠି ଦାନ୍ତ ଘସିବାକୁ ଗଲେ ବି ତାଙ୍କ ପଛରେ ବସି ଯାଏ । ବିଲକୁ ଯାଏ ତା ସହ ଦୋକାନ ବଜାରକୁ ମୋହନ ବାଇକରେ ଗଲେ ବି ମିଟୁ ପିଠିରେ ବସି ଯାଏ ବିଲକୁ । ଗୋଟେ ମୂହୁର୍ତ୍ତ ପାଇଁ ବି ତାଙ୍କୁ ଛାଡି ନଥାଏ ମିଟୁ । ଏମିତି ବନ୍ୟ ପକ୍ଷୀ ଓ ମଣିଷ ସହ ଏମିତି ନିବିଡ ସଂପକ ଓ ଭଲ ପାଇବା ଦେଖିବାକୁ ମିଳିଛି ଯାଜପୁରର ବୁଞ୍ଚାରପୁର ବ୍ଲକ ଅଞ୍ଚଳରେ ।
ସେହି ଗ୍ରାମର ମୋହନ ସାହୁ ୮ ମାସ ତଳେ ବିଲରେ କାମ କରିଥିବା ବେଳେ ମିଟୁ ସହ ତାଙ୍କର ଦେଖା ହୋଇଥିଲା । ବରଗଛ ମୂଳରେ ବସିଥିବା ଶୁଆକୁ ଦେଖି ଡାକିଥିଲେ ଆଉ ସେହି ଦିନ ଠାରୁ ତାଙ୍କ ପାଖରେ ରହୁଛି, ସେ ଯେଉଁଠି ଖାଉଛନ୍ତି ମିଟୁ ସେହିଠି ଖାଉଛି । ଯୁଆଡେ ଯାଉଛନ୍ତି ତାଙ୍କ ସହ ଯାଉଛି । ମୋହନ ମଧ୍ୟ ମିଟୁକୁ ଚୋଟ ଛୁଆଟିଏ ଭଳି ଗେହ୍ଲା କରୁଛନ୍ତି । ମୋହନଙ୍କ ସ୍ତ୍ରୀ ଓ ମୋହନଙ୍କ ଛଡା କୁଆଡେ ବି ଯାଉନିି ମିଟୁ । ଯିଏ ଯେତେ ଲୋଭ ଦେଇ ଡାକିଲେ ବି ବାହାରକୁ କାହା ସହ ଯାଏନିି । ଯାହାକୁ ଦେଖି ଅଞ୍ଚଳବାସୀ ମଧ୍ୟ ବେଶ୍ ଖୁସି ହୁଅନ୍ତି ମୋହନଙ୍କ ସହ ମିଟୁର ସମ୍ପର୍କ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛି ।