fbpx

‘ପେନସିଲ୍ ମାଗିଲେ ମା’ ମାରୁଛନ୍ତି, ପିଲା ଚୋରି କରିନେଲେ ମୁଁ କ’ଣ କରିବି’, ମୋଦୀଙ୍କୁ ଏମିତି ଚିଠି ଲେଖିଲେ କିଏ?

ଦେଶରେ ବଢ଼ୁଥିବା ଦରଦାମକୁ ନେଇ ଯେଉଁଠି ଗୋଟିଏ ପଟେ ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ସାଧାରଣ ଲୋକେ ମଧ୍ୟ ଦରବୃଦ୍ଧିକୁ ନେଇ ଚିନ୍ତାରେ । ଦରବୃଦ୍ଧି ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଖାଇବା ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ସାମଗ୍ରୀ ଉପରେ ମଧ୍ୟ ମହଙ୍ଗା ମାଡ଼ ଦେଖିବାକୁ ମିଳିଛି । ତେବେ ପେନସିଲ-ରବର ରେଟ୍ ବଢ଼ିବା ପରେ ଜଣେ କୁନି ଝିଅ ଏଭଳି ଚିନ୍ତାରେ ପଡ଼ିଥିଲେ ଯେ, ସେ ନିଜ କଥା କହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖକୁ ପହଞ୍ଚାଇବାକୁ ନିଶ୍ଚୟ କରିଥିଲେ । ଆଉ ଏଥିପାଇଁ ପିଏମ ମୋଦୀଙ୍କୁ ପତ୍ର ଲେଖି ବଢ଼ୁଥିବା ଦରଦାମ୍ ବିଷୟରେ କହିଛନ୍ତି ।

କନୌଜର ଜନତା ମନ୍ଦିର ନିବାସୀ ବିଶାଲ ଦୁବେଙ୍କ ଝିଅ କୃତି ଦୁବେ ଆବାସ ବିକାଶ କଲୋନୀରେ ସୁପ୍ରଭାବ ଏକାଡେମୀରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ନିକଟରେ ସରକାରଙ୍କ ତରଫରୁ ବହି-ଖାତା, ରବର ଏବଂ ପେନସିଲ ଉପରେ ଟ୍ୟାକ୍ସ ଲଗାଯିବା ଯୋଗଁ ଦର ବଢ଼ିଛି, ଏହାଯୋଗୁଁ ଚିନ୍ତାରେ କୃତି ପ୍ରଧାନମନ୍ତ୍ରୀଙ୍କୁ ନିଜ କଥା କହିବା ପାଇଁ ଚିଠି ଲେଖିଥିଲେ । ଦେଖନ୍ତୁ ଏହି ଚିଠି…

ଏହି ଚିଠିରେ କୁନି ଝିଅଟି କହିଛନ୍ତି ଯେ ‘ମୋର ନାମ କୃତି । ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମୋଦୀ ଜୀ ଆପଣ ବହୁତ ଦରବୃଦ୍ଧି କରିଦେଇଛନ୍ତି । ଏମିତିକି ପେନସିଲ, ରବର ବି ମହଙ୍ଗା କରିଦେଇଛନ୍ତି ଏବଂ ମୋ ମ୍ୟାଗୀ ବି ଦାମ୍ ବି ବଢ଼ାଇଦେଇଛନ୍ତି । ଏବେ ମୁଁ ପେନସିଲ ମାଗିଲେ ମା’ ମାରୁଛନ୍ତି  । ମୁଁ କ’ଣ କରିବି ଅନ୍ୟ ପିଲାମା ମୋ ପେନସିଲ ଚୋରି କରିନେଉଛନ୍ତି ।’

Get real time updates directly on you device, subscribe now.