fbpx

ରବିବାର ସକାଳେ ଯାତ୍ରୀବାହୀ ଚଳନ୍ତା ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ , ହୁ ହୁ ହୋଇ ଜଳିଲା ଟ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ରବିବାର ସକାଳେ ଏକ ଯାତ୍ରୀବାହୀ ଚଳନ୍ତା ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଚଳନ୍ତା ଟ୍ରେନ ରୁ ଧୂଆଁ ବାହାରୁ ଥିବା ଦେଖି ଟ୍ରେନକୁ ଅଟକାଯାଇଥିଲା । ସେଥିମଧ୍ୟରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ରବିବାର ସକାଳେ ରତଲାମରୁ ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରତଲାମରୁ ଠାରୁ କିଛି କିଲୋମିଟର ଗଡିବା ପରେ ପ୍ରୀତମ ନାଗର ରେଳ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନର ପଛ କୋଚରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଥିଲା ।

ନିଆଁ ଲାଗିବା ପରେ ସଙ୍ଗେସଙ୍ଗେ ଟ୍ରେନକୁ ଅଟକାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାଇପାରେ । ଅଗ୍ନିକାଣ୍ଡ ଘଟି ନିଆଁକୁ ଆୟତ୍ତ କରିବାର ପ୍ରାୟ ଏକ ଘଣ୍ଟା ପରେ ଅଗ୍ନିଶମ ବିଭାକ ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ରେଳବାଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଳିଯାଇଥିବା କୋଚକୁ ଶଣ୍ଟିଂ ମାଧ୍ୟମରେ ଅଲଗା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବ।

Get real time updates directly on you device, subscribe now.