fbpx

(Video) ଭାରତର ସୁରକ୍ଷା ପ୍ରତି ବିପଦ! Passport-Visa ନ ଥାଇ ଭାରତରେ ପଶିବାର ବାଟ ଦେଖାଉଛନ୍ତି ବାଂଲାଦେଶୀ ୟୁଟ୍ୟୁବର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ପ୍ରତି ବିପଦ ଥିବା ନେଇ ଏବେ ଆଶଙ୍କା ବୃଦ୍ଧି ପାଇଛି । ଏଣିକି ଭାରତ ଭିତରକୁ ପ୍ରବେଶ କରିବା ପାଇଁ ଏକ ଅଲଗା ବାଟ ଦେଖାଇଛନ୍ତି ଜଣେ ବାଂଲାଦେଶୀ ୟୁଟ୍ୟୁବର । କୌଣସି ପାସପୋର୍ଟ ଏବଂ ଭିସା ବିନା ଅନ୍ୟ ଦେଶରୁ ଭାରତ ଭିତରକୁ ପ୍ରବେଶ କରିବା ପାଇଁ ସେ ଏହି ରାସ୍ତା ଦେଖାଇଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଏହି ୟୁଟ୍ୟୁବର । ତେବେ ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କୌଣସି ନକ୍ସଲ କିମ୍ବା ଆତଙ୍କବାଦୀ ସଂଗଠନ ଏହି ଭିଡିଓ ପାଆନ୍ତି, ତେବେ ସେମାନେ ଭାରତ ଭିତରକୁ ପ୍ରବେଶ କରିବା ପାଇଁ ସହଜ ବାଟ ପାଇଯିବେ । ଫଳରେ ଭାରତରେ ଅନେକ ପ୍ରକାରର ଆକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏହି ରାସ୍ତାରେ ନକ୍ସଲ ଆତଙ୍କବାଦୀ ଭାରତକୁ ପଶି ଭୟଙ୍କର ଆକ୍ରମଣ କରିପାରନ୍ତି ।

Get real time updates directly on you device, subscribe now.