fbpx

(video) ଟ୍ରେନର ଲମ୍ବା ୩ କିଲୋମିଟର! ଭିଡିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

Advertisement

ଭାରତରେ ଏବେ ଭିତ୍ତିଭୂମିକୁ ନେଇ ଚାଲିଛି ଜୋରଦାର କାର୍ଯ୍ୟକ୍ରମ । ଏହି ଅବସରରେ ସ୍ୱତନ୍ତ୍ରତା ଦିବସରେ ସାଢେ ୩ କି.ମି ଲମ୍ବା ବିଶିଷ୍ଟ ମାଲଗାଡି ‘ସୁପର ବାସୁକୀ’ର ଟେଷ୍ଟ ରନ କରାଯାଇଛି । ଛତିଶଗଡର କୋରବା ଏବଂ ନାଗପୁରର ରାଜନାନ୍ଦଗାଓଁ ମଧ୍ୟରେ ଏହି ଟ୍ରାଏଲ କରାଯାଇଥିଲା । ଏହି ଟ୍ରେନରେ ୨୯୫ଟି ବଗି ଥିବା ବେଳେ ଏଥିରେ ୨୭ ହଜାର ଟନରୁ ଅଧିକ କୋଇଲା ଲଦା ହୋଇଥିଲା । ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ଏଭଳି ଏକ ଭିନ୍ନ ଧରଣର ଟ୍ରାଏଲ କରାଯାଇଛି । ଏବେ ଏହି ଟ୍ରାଏଲର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

ସ୍ୱତନ୍ତ୍ରତା ଦିବସ ଅବସରରେ ଦେଶର ସବୁଠୁ ଲମ୍ବା ଟ୍ରେନ ସୁପର ବାସୁକୀର ଟ୍ରାଏଲ କରାଯାଇଛି । ସୁପର ବାସୁକୀରେ ୨୯୫ଟି ବଗି ରହିଥିବା ବେଳେ ୬ଟି ଇଞ୍ଜିନ ରହିଛି । ଏହାସହିତ ଟ୍ରେନଟି ୨୭ ହଜାର ଟନ କୋଇଲା ନେଇ ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଏହାକୁ ରିଟ୍ୱିଟ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, “ସୁନ୍ଦର, ଭାରତର ଗ୍ରୋଥ ଷ୍ଟୋରୀ ଭଳି କେବେ ସରୁନଥିବା ଗାଡି…” ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମରୁ ଛତିଶଗଡର କୋଥାରୀ ରୋଡ ଷ୍ଟେସନର ଏକ ଭିଡିଓ ସେୟାର କରି ସାରିଛନ୍ତି । ତେବେ ଗୋଟିଏ ଷ୍ଟେସନ ପାର କରିବା ପାଇଁ ପ୍ରାୟ ୪ ମିନିଟ ସମୟ ନେଇଥାଏ ସୁପର ବାସୁକୀ । ଏହାର ମୁଖ୍ୟ କାରଣ ହେଉଛି ଟ୍ରେନର ଲମ୍ବା(୩.୫ କି.ମି) ଏବଂ ଏଥିରେ ଲାଗିଥିବା ପାଖାପାଖି ୩୦୦ ବଗି । ସହଜରେ କୋଇଲା ସପ୍ଲାଏ କରିବା ପାଇଁ ଏବେ ଏହି ପ୍ରକାରର ମାଲଗାଡି ଚଳାଇବା ଉପରେ ଫୋକସ କରୁଛି ଭାରତୀୟ ରେଳ ବିଭାଗ ।

Get real time updates directly on you device, subscribe now.