fbpx

(Video) କୁକୁର ପାଇଁ ସଜା ହେଲା କୋକେଇ, ନିଜ କାନ୍ଧରେ ମଶାଣିକୁ ନେଲେ ମାଲିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକା ସମୟରେ ଯେଉଁଠାରେ ସଂପର୍କର ଅର୍ଥ ବଦଳିଛି । ରକ୍ତର ସଂପର୍କ ବି ତୁଚ୍ଛ ହୋଇଯାଉଛି । ଯେତେବେଳେ ଛଳନାର ସମାଜରେ ମଣିଷର ସମ୍ପତ୍ତି ପାଇଁ ଶବ ଘର ବାହାରେ ଘଣ୍ଟା ଘଣ୍ଟା ପଡ଼ି ରହୁଛି । ମୃତ୍ୟୁ ପରେ ଶବକୁ ୪ କାନ୍ଧ ମିଳିବାବି ମୁସ୍କିଲ ହୋଇପଡ଼ୁଛି । କେଉଁଠି ଶବ ସାଇକେଲରେ ବୁହା ହେଉଛି ତ’ ପୁଣି କେଉଁଠି ଟ୍ରଲିରେ ବୁହା ହେଉଛି । ଏଭଳି ସମୟରେ କୁକୁରର ମୃତ୍ୟୁରେ ଏଭଳି ଶୋଭାଯାତ୍ରା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଚାଲିଛି ପୋଷା କୁକୁରର ଶବ ଶୋଭାଯାତ୍ରା । ମାଲିକର ହାତରେ ଶେଷ ନିଦ୍ରାରେ ଶୋଇଯାଇଛି ପୋଷା କୁକୁରଟି । ଘରର ପରିବାର ଲୋକଙ୍କ ଆଖିରୁ ବୋହି ଯାଉଛି ଧାର ଧାର ଲୁହ, ବୋହିବନି ବା’ କେମିତି କାରଣ ସମସ୍ତଙ୍କର ଅତି ଆପଣାର ଗେହ୍ଲା ଥିଲା କୁକୁର ଅଞ୍ଜଳି, ଯିଏ ଆଜି ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି  । ବାଜୁଛି ଶବ ଶୋଭାଯାତ୍ରାରେ ବାଜା । ଫୁଲରେ ସଜା ହୋଇଛି କୋକେଇ । ଆଉ ନିଆଯାଉଛି ଶବ ସକ୍ରାର ପାଇଁ । ଗଜପତି ପାରଳାଖେମୁଣ୍ଡିର ଏହି ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳିତ କରିଦେଇଛି ।

ସୂଚନା ଅନୂଯାୟୀ, ସୋମବାର ସକାଳୁ ପାରଳାଖେମୁଣ୍ଡି ଆନ୍ଧ୍ର ବ୍ୟାଙ୍କ ନିକଟରେ ରହୁଥିବା ଟୁନା ଗୌଡ଼ଙ୍କ ପୋଷା କୁକୁର ଅଞ୍ଜଳିର ମୃତ୍ୟୁ ହୋଇଥିଲା । ଦୀର୍ଘ ୧୭ ବର୍ଷ ଟୁନାଙ୍କ ଘରେ ରହିଆସିଛି ଅଞ୍ଜଳି । ପରିବାରର ଅତି ଆପଣାର ଥିଲା ଅଞ୍ଚଳି । ସେ ଯେତେବେଳେ ତାଙ୍କ ଘରକୁ ଆସିଥିଲା ସେବେଠାରୁ ତାଙ୍କର ଆର୍ଥିକ ସ୍ଥିତି ସୁଧୁରିବାକୁ ଲାଗିଥିଲା ବୋଲି ମାଲିକ ଟୁନା କହିଛନ୍ତି ।

ସତରେ ଯେଉଁଠି ପ୍ରତିଟି ସମୟରେ ପଷୁମାନେ ମଣିଷ ଆକ୍ରୋଶର ଶିକାର ହେଉଛନ୍ତି ସେଠି ଟୁନାଙ୍କ ପଷୁଙ୍କ ପ୍ରତି ଭଲପାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଟୁନା ଦେଖାଇଛନ୍ତି ପଷୁ ପ୍ରତି ରହିଥିବା ମଣିଷର ଅଗାଢ଼ ବିଶ୍ୱାସ ଓ ପ୍ରତିଫଳନ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.