fbpx
BSKY
BJD SHG SKY
BJD YOUTH SKY

ବ୍ୟାନ ହେବ ସ୍ମାର୍ଟଫୋନ! ସରକାରଙ୍କ ପ୍ଲାନରେ ନାହିଁ ତ ଆପଣଙ୍କ ମୋବାଇଲ? ଟାର୍ଗେଟରେ ଡ୍ରାଗନ

ନୂଆଦିଲ୍ଲୀ: ଭାରତରେ ବିକ୍ରି ହେଉଥିବା ମୋବାଇଲ ମଧ୍ୟରୁ ଚାଇନାର ମୋବାଇଲ ଖୁବ ଅଧିକ ବିକ୍ରି ହୋଇଥାଏ । କେବଳ ଶସ୍ତା ଦାମରେ ଭଲ ଫିଚର ଥିବାରୁ ମାର୍କେଟରେ ଏହି ମୋବାଇଲର ଚାହିଦା ଖୁବ ଅଧିକ ରହିଛି । ତେବେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେବା ପାଇଁ କିଛି ଚାଇନା ମୋବାଇଲକୁ ବ୍ୟାନ କରିବ ଭାରତ । ଏଥିପାଇଁ ନୂଆ ପ୍ଲାନ ପ୍ରସ୍ତୁତ କରାଯାଉଛି । ଭାରତରେ ୧୨,୦୦୦ରୁ କମ୍ ଦାମରେ ବିକ୍ରି ହେଉଥିବା ଚାଇନା ମୋବାଇଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚିନ୍ତା କରୁଛି ।

ଚୀନ ପରେ ଦୁନିଆର ଦ୍ୱିତୀୟ ସର୍ବବୃହତ ମୋବାଇଲ ମାର୍କେଟ ହେଉଛି ଭାରତ । ତେବେ ଏଣିକି ୧୨ ହଜାରରୁ କମ୍ ଦାମରେ ବିକ୍ରି ହେଉଥିବା ଚାଇନା ଫୋନକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇପାରେ । ଭାରତୀୟ ଫୋନ ବଜାରରେ ନିମ୍ନ ଭାଗରୁ ଚାଇନାର ବଡ ବଡ କମ୍ପାନୀକୁ ବାହାର କରିବା ହିଁ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଭାରତୀୟ ମୋବାଇଲ ମାର୍କେଟର ନିମ୍ନଭାଗରେ ରିୟଲମି ଏବଂ ଟ୍ରାନ୍ସସିୟନ ଭଳି ଚାଇନା ବ୍ରାଣ୍ଡ ଆଧିପତ୍ୟ ଜାହିର କରିଛନ୍ତି ।

ଭାରତର ଏଣ୍ଟ୍ରି-ଲେବଲ ମାର୍କେଟରେ ଯଦି ଚାଇନା ମୋବାଇଲ ଉପରେ ବ୍ୟାନ ଲଗାଯାଏ, ତେବେ ସାଓମି ଭଳି ଚାଇନା ବ୍ରାଣ୍ଡକୁ ଦମଦାର ଝଟକା ଲାଗିପାରେ । ଗତ କିଛି ବର୍ଷରୁ ଚାଇନା ବ୍ରାଣ୍ଡଗୁଡିକ ନିଜର ଅଭିବୃଦ୍ଧି ବଜାୟ ରଖିବା ପାଇଁ ଭାରତ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛନ୍ତି । ବିଶେଷ କରି କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ଏବଂ କଟକଣା ଯୋଗୁଁ ଘରୋଇ ବଜାର ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି ।

ଚଳିତ ବର୍ଷ ଦ୍ୱିତୀୟାର୍ଦ୍ଧରେ ଭାରତରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ମୋବାଇଲ ୧୨୦୦୦ ତଳକୁ ହିଁ ରହିଛି । ଭାରତରେ ଅଧିକ ଚାଲୁଥିବା ବ୍ରାଣ୍ଡ ସାଓମି, ଓପୋ କିମ୍ବା ଭିଭୋ ଇତ୍ୟାଦି ଉପରେ ପୂର୍ବରୁ ଯାଞ୍ଚ ଚଳାଇଛି । ଏହି କମ୍ପାନୀ ବିରୋଧରେ ଡାଟା ଚୋରି ଏବଂ ମନି ଲଣ୍ଡ୍ରିଂ ଭଳି ଆରୋପ ମଧ୍ୟ ରହିଛି । ତେଣୁ ଚୀନକୁ ଆଉ ଏକ ଶିକ୍ଷା ଦେବା ପାଇଁ ଭାରତ ଏଭଳି ଏକ ମାଷ୍ଟ ପ୍ଲାନ କରୁଥିବା ଜଣାଯାଇଛି ।

Get real time updates directly on you device, subscribe now.