fbpx
BJD SKY
BJD SKY

ମହରାଷ୍ଟ୍ରରେ ମଙ୍ଗଳବାର ହୋଇପାରେ କ୍ୟାବିନେଟ୍ ସଂପ୍ରସାରଣ, ଦେବେନ୍ଦ୍ର ଫଡନଭିସଙ୍କୁ ମଳିପାରେ ଗୃହ ବିଭାଗ

BJD

ମହରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କ୍ୟାବିନେଟ୍ ବିସ୍ତାର ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ମଙ୍ଗଳବାର ରାଜ୍ୟ ସରକାର କ୍ୟାବିନେଟ୍ ବିସ୍ତାର ହେବ ଏନେଇ ଭାଜପାର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ପିଟିଆଇକୁ ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୧୫  ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ । ଗୁରୁତ୍ୱପୂର୍ଣ୍ଣ ଗୃହ ମନ୍ତ୍ରାଳୟ ଡେପୁଟୀ ସିଏମ ଦେବେନ୍ଦ୍ର ଫଡନଭିସକଙ୍କୁ ମିଳିପାରେ ।

ଗତ କିଛି ଦିନରେ ଦେବେନ୍ଦ୍ର ଫଡନଭିସ୍ ଏବଂ ଏକନାଥ ସିନ୍ଦେ ଅନେକ ଥର ଦିଲ୍ଲୀ ଗସ୍ତ କରିଛନ୍ତି । ରବିବାର ଖବର ଆସିଥିଲା ଯେ ଚଳିତ ସପ୍ତାହରେ ଏକନାଥ ସିନ୍ଦେ ନିଜ କ୍ୟାବିନେଟ୍ ବିସ୍ତାର କରିପାରନ୍ତି । ଏଥିରେ ୧୫ ବିଧାୟକଙ୍କୁ ସ୍ଥାନ ମିଳିପାରେ । ଦେବେନ୍ଦ୍ର ଫଡନଭିସଙ୍କୁ ଗୃହ ବିଭାଗ ଦାୟିତ୍ୱ ମିଳିପାରେ । ଏହ ବ୍ୟତୀତ ଚନ୍ଦ୍ରକାନ୍ତ ପାଟିଲ୍, ଆଶୀଷ ଶୈଲାର ଏବଂ ସୁଧୀର ମୁନଙ୍ଗଟିବାରଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ ।

କୁହାଯାଉଛି, କ୍ୟାବିନେଟ୍ ସଂପ୍ରସାରଣରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ୭ ବିଧାୟକ ଏବଂ ଭାଜପାର ୮ବିଧାୟକଙ୍କୁ ମନ୍ତ୍ରୀ ପଦ ପାଇଁ ଶପଥ ନେଇପାରନ୍ତି । କ୍ୟାବିନେଟ ବିସ୍ତାରରେ ଭାଜପା ୨୦୨୪  ନିର୍ବାଚନକୁ ଫୋକସ୍ କରିପାରେ । କ୍ୟାବିନେଟ୍ ବିସ୍ତାର ପର୍ଯ୍ୟାୟକ୍ରମେ କରାଯାଇପାରେ । ଆସନ୍ତାକାଲି ଦିନ ୧୨ ଟା ବେଳେ ବିଧାନସଭା ସେଣ୍ଟ୍ରାଲ ହଲ୍ କିମ୍ବା ରାଜଭବନରେ ୧୫ ମନ୍ତ୍ରୀ ଶପଥ ନେଇପାରନ୍ତି  ।

ସୂଚନାଯୋଗ୍ୟ, ୩୦ ଜୁନ୍ ରେ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନଭିସ୍ ଶପଥ ନେଇଥିଲେ , କିନ୍ତୁ ସେବେଠାରୀ ଟୁ-ମ୍ୟାନ୍ ସରକାର ଚାଲୁଛି । ଏହାକୁ ନେଇ ବିରୋଧୀ ସମାଲୋଚନା ମଧ୍ୟ ଆରମ୍ଭ କରିଦେଇଥିଲେ ।

Get real time updates directly on you device, subscribe now.