fbpx

ଇନଷ୍ଟାଗ୍ରାମରେ ଶେୟାର ମାର୍କେଟ ବିଜ୍ଞାପନ ଦେଖି ଠକାମୀର ଶିକାର ହେଲେ ମହିଳା

ମୁମ୍ବାଇ: ଆଜିକାଲି ଦୃତ ଗତିରେ ବଢ଼ିଚାଲିଛି ସାଇବର ଠକେଇ ମାମଲା । ଏନେଇ ପୋଲିସ ଆଲର୍ଟ ମୋଡରେ ଥିବା ବେଳେ ସାଇବର ଠକମାନେ ମଧ୍ୟ ଚାଲାକ ହୋଇଗଲେଣି । ସେମାନେ ବି ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଇନଷ୍ଟାଗ୍ରାମରେ ଏକ ଶେୟାର ବଜାରର ବିଜ୍ଞାପନକୁ ଦେଖି ମହିଳା ଜଣଙ୍କ ଠକାମୀର ଶିକାର ହୋଇଛନ୍ତି । ଏନେଇ ସେ ସାଇବର ପୋଲିସକୁ ସୂଚନା ଦେଇଥିଲେ ।

ସୂଚନାରୁ ପ୍ରକାଶ ଉକ୍ତ ମହିଳା ଜଣଙ୍କ ପାଖକୁ ଇନଷ୍ଟାଗ୍ରାମରେ ଶେୟାର ବଜାରରେ ପୁଞ୍ଜୀନିବେଶ ପାଇଁ ଏକ ବିଜ୍ଞାପନ ସହ ଏକ ଲିଙ୍କ ମଧ୍ୟ ଆସିଥିଲା । ତେବେ ଏହି ଲିଙ୍କ ଉପରେ କ୍ଳିକ୍ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ମହିଳା ଜଣଙ୍କ ନିବେଶ ଆରମ୍ଭ କରିଥିଲେ ଏବଂ ଏଥିରେ ପ୍ରାୟ ୪ କୋଟି ୫୬ ଲକ୍ଷ ବିନିଯୋଗ କରିଥିଲେ । ପ୍ରାରମ୍ଭରେ ଏଥିରୁ ତାଙ୍କୁ ଲାଭ ମିଳୁଥିଲା । ଦିନେ ଟଙ୍କା ଉଠାଇବା ସମୟରେ ତାଙ୍କୁ ଅନୁଭବ ହେଲା ଯେ ସେ ସାଇବର ଠକାମୀର ଶିକାର ହୋଇଛନ୍ତି । ଏନେଇ ସେ ମୁମ୍ବାଇ ପୋଲିସକୁ ସୂଚନା ଦେବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରେ ମୁମ୍ବାଇ ପୋଲିସର ସାଇବର ଶାଖା ସମସ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରୀଜ୍ କରିଦେଇଥିଲେ । ଏଥିରେ ମହିଳାଙ୍କର ପ୍ରାୟ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ରିକଭର କରାଯାଇଥିଲା । ଏ ସଂକ୍ରାନ୍ତରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ୧୯୩୦ ଜାରି କରାଯାଇଛି । ଯଦି ଆପଣ ସାଇବର ଠକେଇର ଶିକାର ହୋଇଛନ୍ତି ତେବେ ଏହି ହେଲ୍ୱଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ । ଶେଷରେ ଅନଲାଇନ୍ ଠକାମୀରୁ ନିଜକୁ ରକ୍ଷା କରିବା ପାଇଁ କୌଣସି ସଂଦେହଜନକ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ।

Get real time updates directly on you device, subscribe now.