fbpx

କଲବଲ କରୁଛି କରୋନା ମହାମାରୀ… ଆସିଲା କି ତୃତୀୟ ଲହର? ୨୪ ଘଣ୍ଟାରେ ୪୭୫ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶକୁ ପୁଣିଥରେ ନିଜ କବଳକୁ ନେବା ପାଇଁ ଚେଷ୍ଟା କରୁଛି କରୋନା ମହମାରୀ । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ ଦେଶର ବିଭିନଲ୍ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଏହି ସଂଖ୍ୟା ଉପରମୁହାଁ ହେଉଥିବାରୁ ଏହକୁ ନେଇ ଭୟ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଭାରିଆଣ୍ଟର ଭୟାବହତାକୁ ନେଇ ଚିନ୍ତାରେ ପଡ଼ିଯାଇଛି । ଏହାକୁ କରୋନା ମହାମାରୀର ତୃତୀୟ ଲହର ବୋଲି କୁହାଯାଉଛି ।

ସୂଚନା ଅନୁସାରେ ମଙ୍ଗଳବାର ତଥା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୭୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା ୩,୯୧୯ରେ ପହଞ୍ଚିଛି । ଏହାବ୍ୟତୀତ ଏହି ୨୪ ଘଣ୍ଟା ମଧ୍ୟରେ ୬ ଜଣ ସଂକ୍ରମିତ ପ୍ରାଣ ମଧ୍ୟ ହରାଇଛନ୍ତି । ତେବେ କର୍ଣ୍ଣାଟକରୁ ୩ ଜଣ ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଛତିଶଗଡ଼ରୁ ୨ ଜଣ ଏବଂ ଆସାମରୁ ଜଣେ ବ୍ୟକ୍ତି କରୋନାରେ ଆଖି ବୁଜିଛନ୍ତି । ନୂଆ ଭାରିଆଣ୍ଟ ଆସିବା ପରେ ଥଣ୍ଡା ବୃଦ୍ଧି ପାଇବାରୁ ପଜିଟିଭ ମାମଲାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି ।

କରୋନାର ନୂଆ ଭାରିଆଣ୍ଟକୁ ନେଇ ବୃହନନଗର ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ, କରୋନା ଭାଇରସ ଜେଏନ.୧ ଭାରିଆଣ୍ଟ ସବ-ଭାରିଆଣ୍ଟର ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ୨୨ ଟି ପଜିଟିଭ ମାମଲା ଭିତରୁ ୧୯ ଜଣ ଜେଏନ.୧ ଭାଇରସରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଭାରତରେ କରୋନାର ୩ଟି ଲହର ଆସିଥିବା ବେଳେ ଏପ୍ରିଲ-ଜୁନ୍ ୨୦୨୧ ରେ ଡେଲ୍ଟା ଭାରିଆଣ୍ଟରେ ସର୍ବାଧିକ ସଂକ୍ରମଣ ଏବଂ ମୃତ୍ୟୁ ମାମଲା ରେକର୍ଡ କରାଯାଇଥିଲା । ତେବେ ବର୍ତ୍ତମାନର କୋଭିଡ ସ୍ଥିତିକୁ ଲକ୍ଷ୍ୟ କଲେ ଏହା କରୋନାର ଆଉ ଏକ ଲହର ବୋଲି କୁହାଯାଉଛି ।

Get real time updates directly on you device, subscribe now.