fbpx

୫୧ ବର୍ଷୀୟା ମହିଳା ନିଜ ଝିଅର ପିଲାକୁ ଦେଲେ ଜନ୍ମ, ଏମିତି ଥିଲା ପରିବାରର ରିଆକ୍ସନ୍

Advertisement

ଆମେରିକାର ଚିକାଗୋରେ ରହୁଥିବା ଜୁଲି ସରୋଗେସି ପ୍ରଣାଳୀରେ ନିଜ ନାତିକୁ ଜନ୍ମ ଦେଇଛନ୍ତି । ବାସ୍ତବରେ ଜୁଲିଙ୍କ ଝିଅ ବ୍ରିଏନାଙ୍କୁ ଗର୍ଭଧାରଣ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏଭଳି ପରିସ୍ଥିତିରେ ଆଧୁନିକ ବିଜ୍ଞାନ ସାହାର୍ଯ୍ୟରେ ୫୧ ବର୍ଷୀୟା ଫିଟ୍ ଜୁଲି ନିଜ ନାତିକୁ ଜନ୍ମ ଦେବାରେ ସଫଳ ହୋଇଛନ୍ତି ।

ତେବେ ୨୯ ବର୍ଷୀୟ ବ୍ରିଏନା ଗତ ୪ ବର୍ଷ ଧରି ମା ହେବାକୁ ଚେଷ୍ଟା କରିଥିଲେ । ୪ ବର୍ଷରେ ୨ ଥର ଗର୍ଭବତୀ ହୋଇଥିଲେ ବି ପିଲାଙ୍କୁ ବଞ୍ଚାଇପାରିନଥିଲେ । ଏହା ପରେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା, ଫଳରେ ଗର୍ଭଧାରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଲା । ସମସ୍ତ ପ୍ରକାର ପ୍ରଣାଳୀ ଆପଣେଇବା ପରେ ବ୍ରିଏନା ନିରାଶ ହୋଇଥିଲେ । ସେବେ ଡାକ୍ତର ତାଙ୍କୁ ସରୋଗେସି ସାହାର୍ଯ୍ୟରେ ପିଲା ଜନ୍ମ କରିବାକୁ କହିଥିଲେ ।

ଏହା ପରେ ବ୍ରିଏନାଙ୍କ ମା ସରୋଗେଟ୍ ହେବାକୁ ପରାମର୍ଶ ଦେଇଥିଲେ । ବ୍ରିଏନାଙ୍କ ମା ଜୁଲି ଜଣେ ରକଷ୍ଟାର ହୋଇଥିବା ବେଳେ ତାଙ୍କୁ ଗର୍ଭଧାରଣରେ କୌଣସି ଅସୁବିଧା ହୋଇନଥିବା କହିଛନ୍ତି । ବରଂ ଝିଅକୁ ସାହାର୍ଯ୍ୟ କରୁପାରିଥିବାରୁ ସେ ବହୁତ ଖୁସି ଅଛନ୍ତି ।

ଅନ୍ୟପଟେ ମା’ ଜୁଲି ଙ୍କ ଯୋଗୁଁ କ୍ରିଏନାଙ୍କ ପରିବାର ପୁରା ହୋଇଛି । ବ୍ରିଏନା ଏହି ମାସ ଆରମ୍ଭରେ କହିଥିଲେ ଯେ, ତାଙ୍କ ପୁଅ ଜନ୍ମ ହୋଇସାରିଛି ଓ ସେ ବହୁତ ଖୁସି ଅନୁଭବ କରୁଛନ୍ତି । ଏହା ସହ ବ୍ରିଏନା ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି ଯେ ସେ ଏପରି ମା ପାଇଛନ୍ତି ।

Get real time updates directly on you device, subscribe now.