fbpx

(Video) ବାଲେଶ୍ୱରରେ ବୀଭତ୍ସ କାଣ୍ଡ: ଏକତରଫା ପ୍ରେମ ଯୋଗୁଁ ନାବାଳିକାଙ୍କୁ ପୋଡ଼ିଦେଲା ଯୁବକ

Advertisement

ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବୀଭତ୍ସ କାଣ୍ଡ । ଏକତରଫା ପ୍ରେମର କରୁଣ ପରିଣତି ।ଅତି ନୃଶଂସ ଭାବେ ନାବାଳିକାଙ୍କୁ ଜାଳି ମାରିଲା ରାକ୍ଷସ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ସୋରରୁ ସାମ୍ନାକୁ ଆସିଛି । ଅତି ବୀଭତ୍ସ ଭାବେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀର ଜୀବନ ନେଇଛି ଦୁର୍ବୃତ୍ତ । ଦୁର୍ବୃତ୍ତ ଜଣକ ଆଉ କେହି ନୁହେଁ, ବରଂ ନାବାଳିକାଙ୍କ ଦାଦା ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ମୃତ ନାବାଳିକା ହେଲେ ବାଙ୍ଗିରିଆ ଗାଁର ଜ୍ୟୋତ୍ସାରାଣୀ ଜେନା । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଉ ଏଭଳି କାଣ୍ଡ ଭିଆଇଙଥିବା ଯୁବକ ହେଲେ ସେହି ଗାଁର ଦୟାନିଧି ଜେନା । ତେବେ ଦୟାନିଧି ଜ୍ୟୋତ୍ସ୍ନାଙ୍କୁ ଶୌଚାଳୟକୁ ନେଇ ସେଠାରେ ତାଙ୍କ ଚୁଟି କାଟି ତାଙ୍କୁ କିରୋସିନି ଢ଼ାଳି ଅତି ନୃଶଂସ ଭାବେ ମାରିଛି । ଏହା ସହ ମୃତଦେହ ପାଖରେ ଏକ ବିଷ ବୋତଲ ପଡିଛି । ବର୍ତ୍ତମାନ ସୁଦ୍ଧା ଘଟଣାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଦୟାନିଧିକୁ ଗାଁ ଲୋକେ ଅଟକ ରଖି ପ୍ରଚୁର ମାଡ ମାରିଛନ୍ତି ।

ତେବେ ବାଲେଶ୍ୱର ଖଇରା ବାରିଙ୍ଗିଆ ଗାଁର ଜ୍ୟୋତ୍ସ୍ନାରାଣୀ ଜେନା ଏବଂ ସେହି ଗାଁର ଦୟନିଧି ଜେନା ଉଭୟେ ସମ୍ପର୍କରେ ଦାଦା-ଝିଆରୀ । ହେଲେ ଜ୍ୟେତ୍ସ୍ନାଙ୍କୁ ଏକତରଫା ପ୍ରେମ କରୁଥିଲା ଦୟାନିଧି । ଏବଂ ଏନେଇ ସେ ଜ୍ୟୋତ୍ସ୍ନାଙ୍କୁ ପ୍ରେମ ନିବେଦନ ବି କରିଥିଲା । ତେବେ ଦୟାନିଧିର ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ ଜ୍ୟୋତ୍ସ୍ନା । ଆଉ ଏଥିରେ ଦୟାନିଧିଙ୍କ ରାଗ ଚଢ଼ିଯାଇଥିଲା ଏବଂ ଜ୍ୟୋତ୍ସ୍ନାଙ୍କୁ ସେ ମାରିବାକୁ ସୁଯୋଗ ଖୋଜୁଥିଲା । ଆଜି ସକାଳେ ଜ୍ୟୋତ୍ସ୍ନା ପେନ କିଣିବାକୁ ଦୋକାନକୁ ଯାଉଥିବାବେଳେ ଦୟାନିଧି ତାଙ୍କର ଏଭଳି ଅବସ୍ଥା କରିଥିବା ଜ୍ୟୋତ୍ସ୍ନାଙ୍କ ଜୋଜେ ବାପା କହିଛନ୍ତି ।

Get real time updates directly on you device, subscribe now.