fbpx
BJD
BJD SKY
BJD SKY

ସବୁ ସବସିଡିର ଖେଳ: ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୨୧୮ ଟଙ୍କା ମହଙ୍ଗା, ସରକାରଙ୍କ ଲାଭ ୧୧ ହଜାର କୋଟିରୁ ଅଧିକ

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ସିଲିଣ୍ଡରରୁ ସାଧାରଣ ଜନତାଙ୍କୁ ମିଳୁଥିବା ସବସିଡିକୁ କେନ୍ଦ୍ର ସରକାର ଧୀରେ ଧୀରେ ସମାପ୍ତ କରିବାରେ ଲାଗିଛନ୍ତି । ସବସିଡି ବନ୍ଦ ହେବା ଫଳରେ ଜନସାଧାରଣ କଷ୍ଟ ଭୋଗୁଛନ୍ତି, ମାତ୍ର ଏଥିରେ ସରକାର କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି । ଏକ ବର୍ଷ ମଧ୍ୟରେ ଘରୋଇ ସିଲିଣ୍ଡର ଦାମ୍ ୨୧୮.୫୦ ଟଙ୍କା ବୃଦ୍ଧି ପାଇଛି ।

ଗତବର୍ଷ ଜୁଲାଇ ୨୩ରେ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ ୮୩୪.୫୦ ଟଙ୍କା ଥିଲା, ମାତ୍ର ତାହା ଏବେ ୧୦୫୩ରେ ପହଞ୍ଚି ଯାଇଛି । କେବଳ ଏତିକି ନୁହେଁ, ସିଲିଣ୍ଡରରୁ ମିଳୁଥିବା ସବସିଡିକୁ ସରକାର ଧୀରେଧୀରେ କମାଇବାରେ ଲାଗିଛନ୍ତି । ଏହାଫଳରେ ଗରିବଙ୍କର ପକେଟ୍ ଖାଲି ହେବାରେ ଲାଗିଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପାଉଥିବା ଦେଖାଯାଉଛି ।

ଗତ ୨୦୨୦-୨୧ରେ କେନ୍ଦ୍ର ସରକାର ସବସିଡି ଉପରେ ୧୧ ହଜାର ୮୯୬ କୋଟି ଖର୍ଚ୍ଚ କରିଥିଲେ । ଏହି ଅଙ୍କ ୨୦୨୧-୨୧ରେ ହ୍ରାସ ପାଇଁ ମାତ୍ର ୨୪୨ କୋଟିରେ ପହଞ୍ଚି ଯାଇଛି । ଏପରି ଭାବେ ସରକାର ସବସିଡି ସମାପ୍ତ କରି କେବଳ ଗୋଟିଏ ଆର୍ଥିକ ବର୍ଷରେ ୧୧,୬୫୪ କୋଟି ଅର୍ଥ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।

ଗତ ୨୦୨୦ ମସିହା ଜୁନ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଲାଭାର୍ଥୀଙ୍କୁ ଗ୍ୟାସ ସିଲିଣ୍ଡର ଉପରେ ସସସିଡି ଦେବାକୁ ଘୋଷଣା କରାଯାଇଥିଲା । ପେଟ୍ରୋଲିୟମ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ବିତ୍ତୀୟ ବର୍ଷ ୨୦୧୭-୧୮ରେ ଏଲପିଜି ଉପରେ ମିଳୁଥିବା ସବସିଡି ଉପରେ ସରକାର ୨୩ ହଜାର ୪୬୪ କୋଟି ଖର୍ଚ୍ଚ କରିଥିଲେ । ତାହା ୨୦୧୮-୧୯ରେ ୩୭ ହଜାର ୨୦୯ କୋଟିରେ ପହଞ୍ଚିôଥଲା । ଏହି ବୋଝକୁ ଦୃଷ୍ଟିରେ ରଖି ଉପଭୋକ୍ତା ନିଜର ସବସିଡି ଛାଡ଼ିଦେବାକୁ ସରକାର ଅପିଲ କରିଥିଲେ । ଫଳରେ ଦେଶର କୋଟି କୋଟି ଗ୍ରାହକ ନିଜର ସବସିଡି ଛାଡ଼ିଦେଇଥିଲେ ।

Get real time updates directly on you device, subscribe now.