fbpx

‘ଦେଢ଼ବର୍ଷରେ ବଦଳିଗଲା ମୋ ପୁଅ…’: ବାବୁସାନ୍ ଓ ଲେଡ଼ି ଅଭିନେତ୍ରୀଙ୍କୁ ସତ ବଖାଣିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ୍, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାରପିଟ୍ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ କହୁଛି ବାଡେଇବା ଠିକ୍ ହୋଇଛି ତ ଆଉ କିଏ ଚରିତ୍ରକୁ ନେଇ ଅନେକ କିଛି କହୁଥିବା ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ବାବୁସାନ-ତୃପ୍ତି କଳିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି । ସେ କହିଛନ୍ତି ଯେ, ‘ବାବୁସାନ୍ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନଷ୍ଟ ଚିନ୍ତା କରିବ ।’

ଏହା ସହ ଅପରାଜିତା କହିଛନ୍ତି ଯେ, ‘କୋଭିଡ ସମୟରେ ବାବୁ ଘରଠୁ ଦୂରେଇ ରହିଥିଲା । କୋଭିଡ ବେଳେ ଖରାପ ସଙ୍ଗରେ ପଡିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକେୁ ଆସିବ । କିଏ ତାକୁ କଲ୍ କରୁଥିବା, ତାହାର ସତ ପଦାକୁ ଆସିବ । ଦେଢ଼ ବର୍ଷ ହେବ ବାବୁର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି । ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । ବ୍ଲାକମେଲ କରାଯାଉଥିବା କହିଥିଲା ବାବୁସାନ । ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝନା । ପରିବାର ଲୋକ ତା ସହ ରହିଛନ୍ତି । ତାର ଭଲ ପଣିଆକୁ ନେଇ ଅସଦ ବ୍ୟବହାର କରାଗଲା ।’

ଅପରାଜିତାଙ୍କ କହିବା ମୁତାବକ, ୨ ବର୍ଷ ଧରି ବୋହୂ ବାବୁକୁ ବୁଝାଇବାକୁ ଚେଷ୍ଟା କରିଛି । ପ୍ରକୃତି ମିଶ୍ର ଓ ତାଙ୍କ ପରିବାରକୁ ବୁଝାଇବାକୁ ଚେଷ୍ଟା କରିଛି ବୋହୂ । ଗତକାଲି ସତ୍ୟନଗରରେ ମଧ୍ୟ ବୋହୂ ବାବୁକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲା । କିନ୍ତୁ ଲେଡି ଅଭିନେତ୍ରୀ ତାଙ୍କ ଭିତରେ ପଶିବାରୁ ବୋହୂ ରାଗିଛଇ ଟଣାଓଟରା କରିଥିଲା । ତାର ନିଜ ସ୍ୱାମୀ ଉପରେ ଅଧିକାର ଅଛି । ମୁଁ ମୋ ବୋହୂ ସହ ସବୁବେଳେ ଅଛି ଓ ରହିବି ବୋଲି ଅପରାଜିତା କହିଛନ୍ତି । ଏହା ସହ ବାବୁସାନ ପୁଣିଥରେ ଫେରିଆସୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.