fbpx
BJD SKY
BJD SKY

ଦିଲ୍ଲୀରୁ ମିଳିଲା Monkeypoxର ପ୍ରଥମ ମାମଲା, ବଢ଼ିଲା ଦେଶର ମୋଟ ସଂକ୍ରମିତ ସଂଖ୍ୟା

BJD

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ମଙ୍କିପକ୍ସର ପ୍ରଥମ ମାମଲା ମିଳିଛି । ଏହି ରୋଗୀଙ୍କ ବିଦେଶୀ ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି । ଏହାପୂର୍ବରୁ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରୁ ମଙ୍କିପକ୍ସର ୩ଟି ମାମଲା ଚିହ୍ନଟ ହୋଇଥିଲା । ଗତ ୧୪ ତାରିଖରେ କେରଳରୁ ଦେଶର ପ୍ରଥମ ମାମଲା, ୧୮ରେ ଦ୍ୱିତୀୟ ମାମଲା ଓ ୨୨ରେ ତୃତୀୟ ମାମଲା ସାମ୍ନାକୁ ଆସିଥିଲା ।

ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ମୌଲାନା ଆଜାଦ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ୩୧ ବର୍ଷୀୟ ଯୁବକ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରୋଗୀଠାରେ ପ୍ରବଳ ଥଣ୍ଡା ଓ ଚର୍ମରେ ଘା’ ରହିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଶର ପ୍ରଥମ ସଂକ୍ରମିତ ୟୁଏଇରୁ ଫେରିଥିଲେ । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚୁଟ୍ୟଟ ଅଫ୍ ଭାୟରୋଲୋଜିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଦେଶର ଦ୍ୱିତୀୟ ସଂକ୍ରମିତ ଗତ ୧୮ରେ ଚିହ୍ନଟ ହୋଇଥିବା ବେଳେ ସେ ଦୁବାଇରୁ ଫେରିଥିଲେ ।

ଆମେରିକାର ସିଡିସି ମୁତାବକ, ୧୯୫୮ରେ ପ୍ରଥମ ଥର ପାଇଁ ଏହି ରୋଗର ଚିହ୍ନଟ ହୋଇଥିଲା । ମାଙ୍କଡ଼ ଶରୀରରେ ଏହି ସଂକ୍ରମଣ ପ୍ରଥମେ ଚିହ୍ନଟ ହୋଇଥିଲା । ତେଣୁ ଏହାର ନାମ ମଙ୍କିପକ୍ସ ରଖାଯାଇଥିଲା । ତେବେ ମଣିଷଠାରେ ୧୯୭୦ରେ ମଙ୍କିପକ୍ସର ପ୍ରଥମ ମାମଲା ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ୧୧ଟି ଆଫ୍ରିକୀୟ ଦେଶରୁ ସଂକ୍ରମିତ ତଥ୍ୟ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.