ବଜାର ଉପରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୪-୫ ଜଣ ଦୁର୍ବୃତ୍ତ
ମାର୍କେଟ ଉପରେ ହତ୍ୟାକାଣ୍ଡ। ସିସିଟିଭିରେ ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ କଏଦ। ଜୀବନ ବଞ୍ଚାଇବାକୁ ଯେଉଁଆଡ଼େ ଦୌଡିଲେ ସେପଟୁ ହାଣିଲେ ଦୁର୍ବୃତ୍ତ।
ରାଉରକେଲା: ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ବାଇକରେ ଆସିଲେ ରାସ୍ତା ଉପରେ ଯୁବକଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କଲେ। ଯୁବକ ଜଣଙ୍କ ଯେଉଁ ଆଡ଼େ ଦୌଡି ଖସିଯିବାକୁ ଚେଷ୍ଟା କଲେ ସବୁ ଆଡ଼ୁ ତାଙ୍କୁ ଘେରିଗଲେ।
ଆଉ ଚାରିରୁ ପାଞ୍ଚ ଜଣ ଯୁବକ ଘେରି ଯାଇ ଧାରୁଆ ଅସ୍ତ୍ରରେ ଯୁବକ ଜଣଙ୍କୁ ହାଣିଲେ। ଫଳରେ ଘଟଣାସ୍ଥଳରେ ହିଁ ଯୁବକ ଜଣଙ୍କ ଗୁରୁତର ହୋଇ ପଡିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାଟି ଗତକାଲି ରାତିର ବୋଲି କୁହାଯାଉଛି। ହତ୍ୟାକାଣ୍ଡଟି ରାଉରକେଲା ଛେଣ୍ଡ କଲୋନୀର ଭିଏସଏସ ମାର୍କେଟରେ ଘଟିଛି। ମାର୍କେଟ ଉପରେ ଗୋଡେଇ ଗୋଡେଇ ଯୁବକଙ୍କୁ ହାଣିଛନ୍ତି ୪ରୁ୫ ଜଣ ବ୍ୟକ୍ତି। ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଛି।
ମୃତ ଯୁବକଙ୍କ ନାଁ ମୁକେଶ କର। ତାଙ୍କୁ କିଛି ଯୁବକ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମୁକେଶ।
କିପରି ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡିନାହିଁ। ଅଭିଯୁକ୍ତମାନେ ଫେରାର ଥିବାବେଳେ, ସିସିଟିଭି ଆଧାରରେ ଛେଣ୍ଡ ଥାନା ପୋଲିସ ଘଟଣାର ଛାନଭିନ୍ ଚଳାଇଛି।
ରାଉରକେଲା ଛେଣ୍ଡ କଲୋନୀରେ ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ହତ୍ୟା। ମୃତ ଯୁବକର ନାଁ ମୁକେଶ କର। ତାଙ୍କୁ କିଛି ଯୁବକ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମୁକେଶ। କିପରି ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡିନାହିଁ। ଅଭିଯୁକ୍ତମାନେ ଫେରାର ଥିବାବେଳେ, ଛେଣ୍ଡ ଥାନା ପୋଲିସ ଘଟଣାର ଛାନଭିନ୍ ଚଳାଇଛି।
ଭିଏସଏସ ମାର୍କେଟରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ। ମୃତ ଯୁବକ ଟିସ୍କୋ କଲୋନୀ ଅଞ୍ଚଳର ସୂଚନା। ୪ରୁ୫ ଜଣ ଯୁବକ ବାଇକରେ ଆସି ହତ୍ୟା କରି ଫେରାର ହୋଇଯାଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଜାରି।