SSC ପରୀକ୍ଷାରେ ବାଧ୍ୟତାମୂଳକ ହେବ ଆଧାର କାର୍ଡର ଯାଞ୍ଚ, ଜାଣନ୍ତୁ କେବେଠୁ ଲାଗୁ ଏହି ନୂଆ ନିୟମ

ଏସଏସସି ପରୀକ୍ଷାରେ ବାଧ୍ୟତାମୂଳକ ହେବ ଆଧାର କାର୍ଡର ଯାଞ୍ଚ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ(ଏସଏସସି) ମଧ୍ୟ ଆଧାରକାର୍ଡ ଭେରିଫିକେସନକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ନେଇଛି। ୟୁନିୟନ ପବ୍ଲିକ ସର୍ଭିସ କମିଶନ ଏବଂ ରେଲୱେ ନିଯୁକ୍ତି ବୋର୍ଡ ପରେ ବର୍ତ୍ତମାନ ଏସଏସସି ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିଛି।

ସୂଚନା ମୁତାବକ, ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ଏସଏସସିର ପରୀକ୍ଷାଗୁଡ଼ିକ ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବାର ସମୟ ଏବଂ ପରୀକ୍ଷା ପାଇଁ ଫର୍ମ ଭରିବାର ସମୟରେ ଆଧାର ଭେରିଫିକେସନ କରିବାକୁ ପଡିବ।

ଏଥିସହ ପରୀକ୍ଷା ଦିନ ମଧ୍ୟ ସେଣ୍ଟରରେ ଆଧାର ଜରିଆରେ ନିଜ ପରିଚୟ ଆଇଡିଏଣ୍ଟିଫାଏ କରିବାର ସୁଯୋଗ ମିଳିବ।

ଏହିଭଳି ବର୍ତ୍ତମାନ ଏସଏସସିର କୌଣସି ମଧ୍ୟ ଭ୍ୟାକେନ୍ସି ପାଇଁ ଆପ୍ଲାଏ କରିବା ସମୟରେ ହିଁ ପ୍ରାର୍ଥୀମାନଙ୍କୁ ନିଜର ଆଧାର ଭେରିଫିକେସନ କରିବାକୁ ପଡିବ।

ଭାରତ ସରକାର ଷ୍ଟାଫ ସିଲେକ୍ସନ କମିଶନକୁ ରେଜିଷ୍ଟ୍ରେସନ ଏବଂ ପରୀକ୍ଷାଗୁଡ଼ିକୁ ଭିନ୍ନ-ଭିନ୍ନ ଫେଜରେ ଆପ୍ଲିକାଣ୍ଟର ପରିଚୟ ଭେରିଫାଏ କରିବା ଲାଗି ଆଧାର ଭେରିଫିକେସନ ବାଧ୍ୟତାମୂଳକ କରିବାକୁ ମଞ୍ଜୁରୀ ଦେଇଛନ୍ତି।

ଏସଏସସି ସରକାରଙ୍କ ସବୁଠୁ ବଡ଼ ନିଯୁକ୍ତି ଏଜେନ୍ସିମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା ଭିନ୍ନ ଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗରେ ବିଭିନ୍ନ ପଦବୀରେ ନିଯୁକ୍ତିର ଆୟୋଜନ କରିଥାଏ।