fbpx

ଅଗଷ୍ଟ ୧୫ରୁ ଆରମ୍ଭ ହେବ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗୀକରଣ, ଜାଣନ୍ତୁ କିପରି କରିବେ…

ବାଲେଶ୍ୱର, (ଭାସ୍କର ନ୍ୟୁଜ୍‌) : ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟାକୁ ଜିଲ୍ଲାରେ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ତାରିଖ ଦିନ ଜିଲାର ସମସ୍ତ ବ୍ଲକ ଓ ବୁଥସ୍ତରରେ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହେବ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଠିକ୍‌ ପରିଚାଳନା ଓ ସଫଳତା ନିମନ୍ତେ ବୁଥସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ସଚେତନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌରରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଫଟୋ ପରିଚୟ ପତ୍ର ତ୍ରୁଟି ସଂଶୋଧନ ପ୍ରକ୍ରିୟା ଏବଂ ରୂାନ୍ତରିତ ପଞ୍ଜିକରଣ ଫର୍ମ ସମ୍ପର୍କରେ ମଧ୍ୟ ଭୋଟମାନଙ୍କୁ ଏହି ଅବସରରେ ସଚେତନ କରାଯିବ । ଜିଲ୍ଲାର ସମସ୍ତ ବ୍ଲକ ଓ ବୁଥସ୍ତରରେ ତ୍ରୁଟିଶୂନ୍ୟ ଭାବେ ଯେଭଳି ଏହି ଅଭିଯାନ ସମ୍ପନ୍ନ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.