fbpx

ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ “କିଷାନ ପୁତ୍ର” ଜଗଦୀପ ଧନଖଡ

ନୂଆଦିଲ୍ଲୀ:ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଧନଖଡ଼ ଆଜି ୧୨:୩୦ ରେ ଭାରତର ୧୪ ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଶପଥ ଗ୍ରହଣ କରିବେ। ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୦, ୨୦୨୨ ରେ ଶେଷ ହୋଇ ଯାଇଛି । ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ସଭାପତି ଅଟନ୍ତି।ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ଜଗଦୀପ ଧନଖର ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ଯାହା ବିରୋଧର ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ ।ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡ଼ଯିଏକି ବିଭିନ୍ନ ପ୍ରସଙ୍ଗରେ ବିରୋଧର ବିରୋଧ ପ୍ରଦର୍ଶନ କରୁଥିବା ରାଜ୍ୟସଭାରେ ଅଧ୍ୟକ୍ଷତା କରିବେ ।

ଚଳିତ ରାଷ୍ଟ୍ରପତି ନିର୍ବାଚନ ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଏନଡିଏ ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ନେତା ଯଶୱନ୍ତ ସିନ୍ହା ଙ୍କୁ ହରାଇ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିଥିଲେ । ସେହିପରି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଜଗଦୀପ ଧନଖଡ ମଧ୍ୟ ବିରୋଧୀ ଦଳ ନେତା ମାର୍ଗେରେଟ ଆଲଭାଙ୍କୁ ପରାସ୍ତ କରିଥିଲେ । ଧନଖଡଙ୍କ ବିୟଜ ପରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ କିଷାନ ପୁତ୍ର ବୋଲି ସମ୍ବୋଧନ କରି ଶୁଭେଚ୍ଚା ଜଣାଇଥିଲେ । ଏହା ପରେ ଧନଖଡଙ୍କୁ ସବୁ ମହଲରୁ ଶୁଭେଚ୍ଛା ମିଳିଥିଲା । ଜଗଦୀପ ହେଉଛନ୍ତି ଦ୍ୱିତୀୟ ରାଜସ୍ଥାନୀ ଯେ କି ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ । ଏହା ପୂର୍ବରୁ ୨୦୦୨ ରେ ବୌରନ ସିଂ ଶଖାୱତ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର କାର୍ୟ୍ୟକାଳ ୨୦୦୨ରୁ ପ୨୦୦୭ ପର୍ୟ୍ୟନ୍ତ ଥିଲା ।

Get real time updates directly on you device, subscribe now.