fbpx

Aaj Takକୁ ମିଳିଲା ବଡ଼ ସଫଳତା: YouTube ସବସ୍କ୍ରାଇବର୍ସ ୫ କୋଟି ଟପିଲା

Advertisement

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଆଜ ତକ ଏକ ନୂଆ ସଫଳତା ହାସଲ କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଆଜ ତକ ୫ କୋଟି ସବସ୍କ୍ରାଇବର୍ସ ପାର କରିଛି । ପ୍ରଥମ ନ୍ୟୁଜ ଚ୍ୟାନେଲ ଭାବେ ଆଜ ତକ ଏହି ମାଇଲଖୁଣ୍ଟ ଛୁଇଁବାରେ ସକ୍ଷମ ହୋଇଛି । ଏ ବାବଦରେ ୟୁଟ୍ୟୁବ ସିଇଓ ସୁସାନ ଓଜକିକି ଆଜ ତକ ଟିମକୁ ବଧାଈ ଜଣାଇଛନ୍ତି ।

ତେବେ ୫୦ ମିଲିୟନ ସବସ୍କ୍ରାଇବର୍ସ ପାର କରିବା ପରେ ଆଜ ତକ ଟିମକୁ ୟୁଟ୍ୟୁବ ସିଇଓ ସୁସାନ ଟ୍ୱିଟ କରି ବଧାଈ ଜଣାଇଛନ୍ତି । ଏନେଇ ସୁସାନ ଏକ ଶର୍ଟ ଭିଡିଓ ଶେୟାର କରିଛନ୍ତି । ଶର୍ଟ ଭିଡିଓରେ କମ୍ପାନୀର କର୍ମଚାରୀମାନେ ଉତ୍ସବ ମନାଉଥିବା ଦେଖାଯାଉଛି । ଏହି ଶର୍ଟ ଭିଡିଓଟି ୟୁଟ୍ୟୁବଇନସାଇଡର ଚ୍ୟାନେଲରେ ଅପଲୋଡ୍ କରାଯାଇଛି ।

ଚଳିତ ବର୍ଷ ପ୍ରାରମ୍ଭରେ ଆଜ ତକ ୟୁଟ୍ୟୁବରେ ୫ କୋଟି ସବସ୍କ୍ରାଇବର୍ସ ପାରି କରିଥିଲା । ଏହି ସ୍ପେଶାଲ ଆଚିଭମେଣ୍ଟ ଅବସରରେ ଇଣ୍ଡିଆ ଟୁଡେ ଗ୍ରୁପର ଭାଇସ ଚେୟାରମ୍ୟାନ କାଲି ପୁରି ୟୁଟ୍ୟୁବ ଆପାକର ମ୍ୟାନେଜିଂ ଡାଇରେକ୍ଟର ଗୌତମ ଆନନ୍ଦଙ୍କ ସହ ସାକ୍ଷାତ କରିଥିଲେ । ସିଙ୍ଗାପୁର ଠାରେ ଅନୁଷ୍ଠିତ ହୋଇଥିବା ଏହି ଇଭେଣ୍ଟରେ ପୁରୀ ୟୁଟ୍ୟୁବକୁ ଧନ୍ୟବାଦ ଦେଇଥିଲେ । କମ୍ପାନୀ ୧୦୦ ମିଲିୟନ ସବସ୍କ୍ରାଇବର୍ସ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏହି କାରଣରୁ ୟୁଟ୍ୟୁବ ଆଗାମୀ ବଟନକୁ ଡିଜାଇନିଂ କରିବା ଶୁଭାରମ୍ଭ କରିବା ଉଚିତ ବୋଲି ପୁରୀ ପହିଛନ୍ତି ।

Get real time updates directly on you device, subscribe now.