fbpx
BSKY
BJD MC SKY
BJD YOUTH SKY

(Video) ଭିତରେ ED, ବାହାରେ CRPF… ଦିଲ୍ଲୀରେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ବାସଭବନ ଉପରେ ଚଢ଼ାଉ ଜାରି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପହଞ୍ଚିଛି । କୁହାଯାଉଛି ଯେ, ଇଡି ଟିମ୍ ଘରେ ଖୋଜାଖୋଜି ଆରମ୍ଭ କରିଛି । ସଞ୍ଜୟ ସିଂଙ୍କ ବାସଭବନ ଦିଲ୍ଲୀର ନର୍ଥ ଆଭେନ୍ୟୁରେ ରହିଛି । କୁହାଯାଉଛି ଯେ ସିଆରପିଏଫ୍ କର୍ମଚାରୀମାନେ ମଧ୍ୟ ଆପ୍ ନେତା ସଞ୍ଜୟ ସିଂଙ୍କ ଘର ବାହାରେ ନିୟୋଜିତ ଅଛନ୍ତି । ଦିଲ୍ଲୀ ଏକ୍ସାଇଜ୍ ସ୍କାମ ସଂପର୍କରେ ଏହି ଚଢ଼ାଉ ଚାଲିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ମଦ ସ୍କାମରେ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଟସିଟରେ ତିନୋଟି ସ୍ଥାନରେ ସଞ୍ଜୟ ସିଂଙ୍କ ନାମ ରହିଛି । ଅନେକ ଇଡି ଅଧିକାରୀ ଘର ଭିତରେ ଉପସ୍ଥିତ ଅଛନ୍ତି । ପ୍ରାୟ ଘଣ୍ଟାଏ ଧରି ଏହି ଚଢ଼ାଉ ଚାଲିଛି । ଇଡି ଟିମ୍ ପ୍ରାୟ ୭ ଟା ସମୟରେ ସଞ୍ଜୟ ସିଂଙ୍କ ବାସଭବନରେ ପହଞ୍ଚିଥିଲେ ।

ସଞ୍ଜୟ ସିଂଙ୍କ ଦୁଇ ସହଯୋଗୀଙ୍କ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା :-
ତେବେ ସଞ୍ଜୟ ସିଂଙ୍କ ୨ ସହଯୋଗୀ ସର୍ଭେସ ମିଶ୍ର ଏବଂ ଅଜିତ ତ୍ୟାଗୀଙ୍କ ଘରେ ଇଡି ପୂର୍ବରୁ ଚଢ଼ାଉ କରିସାରିଛି । ମଦ ବ୍ୟବସାୟୀଙ୍କ ସହ କଥାବାର୍ତ୍ତା ସଂପର୍କରେ ଇଡି ଉଭୟଙ୍କୁ ପଚରାଉଚରା କରିଛି । ଇଡି ସୂତ୍ର ଅନୁଯାୟୀ, ଏହି ମାମଲାରେ ଦୁଇ ଅଭିଯୁକ୍ତ ରାଘବ ମାଗୁଣ୍ଟା ଏବଂ ଦୀନେଶ ଆରୋରା ସାକ୍ଷୀ ହୋଇଛନ୍ତି । ଏହା ପରେ ଇଡି ସଞ୍ଜୟ ସିଂଙ୍କ ବାସଭବନରେ ଚଢ଼ାଉ କରିଥିଲା ।

Get real time updates directly on you device, subscribe now.