fbpx

ବାଲ୍ୟ ବିବାହ କରାଇ ୮୦୦ ଗିରଫ : ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଦିଶପୁର : ଅନେକ ବର୍ଷ ପୂର୍ବରୁ ଚାଲିଥିଲା ବାଲ୍ୟ ବିବାହ ପ୍ରଥା । ଏହି ପ୍ରଥା ଅନୁଯାୟୀ ଝିଅ ଏବଂ ପୁଅଙ୍କୁ ଛୋଟ ବେଳୁ ବିବାହ କରି ଦେଉଥିଲେ । କିନ୍ତୁ ସୂଚନା ମିଳିଛି ଯେ, ଏହି ପ୍ରଥା ଏବେ ବି ଆସାମରେ ଜାରି ରହିଛି । ଆସାମରେ ବାଲ୍ୟ ବିବାହ ବିରୋଧରେ ବର୍ତ୍ତମାନ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଆସାମରେ ଏବେ ବି ବାଲ୍ୟ ବିବାହର ପ୍ରଥାକୁ ପାଳନ କରାଯାଉଛି । ଏହି ମାମଲାର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୩ରୁ ଆରମ୍ଭ ହୋଇଥରଲା, ସେଥିରେ ୩୦୧୫ ଜଣ ଲୋକଙ୍କୁ ଗିରଫ କରି କଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କିନ୍ତୁ ଏହାପରେ ବି ସେଠାକାର ପରିସ୍ଥିତି ସୁଧୁରି ନଥିଲା । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ୮୦୦ ଲୋକଙ୍କୁ ଗିରଫ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୪ ବର୍ଷରୁ କମ ବୟସର ଯୁବତୀଙ୍କୁ ବିବାହ କରିଥରବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆଇନ ଆନୁଯାୟୀ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ୧୪ ରୁ ୧୮ ବର୍ଷ ବୟସର ଯୁବତୀଙ୍କୁ ବିବାହ କରୁଥରବା ପୁରୁଷଙ୍କ ବିରୋଧରେ ୨୦୦୬ର ବିବାହ ନିଷେଦ୍ଧ ଅଧିନିୟମ ଅନୁଯାୟୀ ମାମଲା ଜାରି କରାଯାଇଛି । କହିବାକୁ ଗଲେ ଏଭଳି ପରିସ୍ଥିତିରେ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ରହିଛି । ତେଣୁ ଏହି ପରିସ୍ଥିତିକୁ ଦୃଢ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Get real time updates directly on you device, subscribe now.