fbpx

ତୃତୀୟ ବିବାହ କରିବେ ମିଷ୍ଟର ପର୍ଫେକ୍ଟ, କୋ-ଷ୍ଟାରଙ୍କୁ ବିବାହ କରିବାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହର ୧୫ ବର୍ଷ ପରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଇତି ମଧ୍ୟରେ ଅଭିନେତାଙ୍କ ତୃତୀୟ ବିବାହ ଖବର ଶୁଣିବାକୁ ମିଳୁଛି । ଅମୀର ଖାନ ନିଜର ଜଣେ କୋ-ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ବଲିଉଡ ଲାଇଫ ଖବର ଅନୁଯାୟୀ, ଅମୀର ଖାନ ନିଜର ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରି ବସିଛନ୍ତି । ଫିଲ୍ମରେ ଅମୀର ଖାନଙ୍କ ସହ କରିନା କପୁର ନଜର ଆସିବେ । ଫିଲ୍ମ ସହ ଅଭିନେତା ନିଜ ତୃତୀୟ ବିବାହ ଚର୍ଚ୍ଚାକୁ ନେଇ ମଧ୍ୟ ବ୍ୟସ୍ତ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଫିଲ୍ମ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.