fbpx

କରୋନା ଠାରୁ ବି ଅଧିକ ମାରାତ୍ମକ ବାୟୁ ପ୍ରଦୁଷଣ, ବିଶେଷଜ୍ଞ ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ସମେତ ଦେଶର ଅନେକ ସହରର ବାୟୁ ଦ୍ରୁତ ଗତିରେ ପ୍ରଦୁଷିତ ହେବାରେ ଲାଗିଛି । ଯାହା ଫଳରେ ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଗମ୍ଭୀର ପ୍ରଭାବ ପକାଉଛି । ଲୋକମାନେ ଏବେ ନିଜକୁ ଘରେ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି । କାରଣ ଏହି ଦୂଷିତ ବାୟୁରେ ଥିବା ରସାୟନିକ କେମିକାଲ ଶରୀର ପ୍ରତି ଖୁବ୍ ହାନିକାରକ ସାବ୍ୟସ୍ତ ହୋଇପାରେ । ତା ଉପରେ ପୁଣି ଘର ଭିତରେ ମଧ୍ୟ ପ୍ରଦୁଷଣ ବଢ଼ିବା ଏକ ସତର୍କ ଘଣ୍ଟି ହୋଇଯାଇଛି ।

ଘର ବାହାରେ ପ୍ରଦୂଷଣ ଯୋଗୁଁ ଅନେକଙ୍କୁ ଶ୍ୱାସଜନିତ ରୋଗର ସାମନା କରିବାକୁ ପଡ଼ୁଛି । ଏହା ସହିତ ପ୍ରଦୁଷଣ ନିମୋନିଆ ଓ ଆସ୍ଥାମା ଭଳି ରୋଗର ଆଶଙ୍କାକୁ ବଢ଼ାଇ ଦେଇଛି । ନିମୋନିଆ ପୂର୍ବରୁ କରୋନା କାରଣୀୁ ବ୍ୟାପୁଥିଲା । ଏବେ ଏହା ବାୟୂ ପ୍ରଦୁଷଣ କାରଣରୁ ଲୋକମାନଙ୍କ ଠାରେ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ବିଶେଷଜ୍ଞ ମାନେ ଚିନ୍ତାପ୍ରକଟ କରିଛନ୍ତି । ଏଭଳି ପରିସ୍ଥିତିରେ ବିଶେଷଜ୍ଞ ମାନେ ବାୟୁ ପ୍ରଦୂଷଣକୁ କରୋନା ମହାମାରୀ ଠାରୁ ଆହୁରି ମାରାତ୍ମକ ବୋଲି ମତ ପ୍ରକାଶ କରିଛନ୍ତି ।
ସେମାନେ ଏହାଠାରୁ ଦୁରତା ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି । ବାୟୁ ପ୍ରଦୂଷଣ ଏବଂ ପ୍ରଦୂଷକ ତତ୍ତ୍ୱ ବୃଦ୍ଧି ହେତୁ ଫୁସଫୁସ ଖରାପ ହେବାରେ ଲାଗିଛି । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହି କାରଣରୁ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ବଢ଼ିପାରେ । ନିମୋନିଆ ନିସନ୍ଦେହ ଭାବରେ ଏକ ମାରାତ୍ମକ ସଂକ୍ରମଣ ଯାହା ବାୟୁ ପ୍ରଦୁଷଣର ସ୍ତର ବଢ଼ିବା ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇପାରେ । ଏଥିରେ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଖୁବ୍ ଅଧିକ ରହିଛି ।

ପ୍ରଦୂଷଣ କେବଳ ଶ୍ୱାସ ଏବଂ ଫ୍ଲୁ ପରି ସଂକ୍ରମଣ ବ୍ୟାପିବାର ଏକ ବଡ଼ କାରଣ ହୋଇଥାଏ । ଏହା ଜନ୍ମରୁ ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟାକୁ ମଧ୍ୟ ଦୁର୍ବଳ କରିପାରେ । ଯେତେବେଳେ ଜଣେ ବ୍ୟକ୍ତି ବାୟୁରେ ଥିବା ବିଭିନ୍ନ ପ୍ରଦୂଷକ ତତ୍ତ୍ୱ ସଂସ୍ପର୍ଶରେ ଆସେ, ସେତେବେଳେ ଶ୍ୱାସକ୍ରିୟା ସଂକୀର୍ଣ୍ଣ ହେବାକୁ ଲାଗେ, ଫୁସଫୁସ ମଧ୍ୟ ସଙ୍କୁଚିତ ହେବାକୁ ଲାଗେ । ଯେଉଁ ମାନଙ୍କ ଠାରେ ପୂର୍ବରୁ ଶ୍ୱାସଜନିତ ରୋଗ ରହିଛି ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ । ଅନ୍ୟପଟେ ଯେଉଁ ମାନଙ୍କ ରୋଗ ପ୍ରତିରୋଧ କ୍ଷକତା ଦୁର୍ବଳ ପଡ଼ିଯାଇଛି ସେମାନଙ୍କ ପାଇଁ ମଧ୍ୟ ବିପଦ ରହିଛି ।

ଏଥିରେ ମୃତ୍ୟୁର ଆଶଙ୍କା ଅଧିକ ରହିଛି । ଖାସ୍ କରି ୫ବର୍ଷରୁ କମ୍ ବୟସର ପିଲାଙ୍କ ଠାରେ, ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷ, ଗର୍ଭବତୀ ମହିଳା ଓ ଶ୍ୱାସ ସମ୍ବନ୍ଧୀୟ ଗମ୍ଭୀର ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ ଠାରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁର ଆଶଙ୍କା ଅଧିକ ରହିଛି ।

 

Get real time updates directly on you device, subscribe now.