ନୂଆଦିଲ୍ଲୀ:ଆପ ଆଉ ବିଜେପି ମଧ୍ୟରେ ଯେଉଁ କଳହ ଚାଲିଛି ତାହା ବର୍ତ୍ତମାନ ରାଜ ରାସ୍ତାରେ ପ୍ରଘଟ ହେବାର ଲାଗିଲାଣି । ଦୁଇ ଦଳର ନେତା ମାନେ ଖାଲି ତୁହା କୁ ତୁହା ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ସେପଟେ ଆପର ମୁଖିଆ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି ଇଡି ଆଉ ସିବିଆଇକୁ କେତେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛି । ଯଦି ଏଭଳି ଚାଲିଲା ତେବେ ଦେଶ ର ପ୍ରଗତି କିପରି ହେବ?
ଏହା ସହିତ ଅରବିନ୍ଦ କହିଛନ୍ତିି ଦେଶରେ ବୃଦ୍ଧି ପାଉଥିବା ବେରୋଜଗାରୀକୁ କିପରି ରୋକା ଯାଇ ପାରିବ ତାହା ଉପରେ ଆମକୁ ଧ୍ୟାନ ଦେବା ଆବଶ୍ୟକ କିନ୍ତୁ କେନ୍ଦ୍ର ସରକାର କରୁଛନ୍ତି କଣ? ଏହି ଦେଶ କିଭଳି ଅଗ୍ରଗତି କରିବ ଯେତେ ବେଳେ ଏହାର ନେତା ସକାଳ ହେଲା ମାତ୍ରେ ଇଡି ଆଉ ସିବିଆଇ ଖେଳ ଆରମ୍ଭ କରି ଦେଉଛନ୍ତି । ସୂଚନାମୁତାବକ ଅଗଷ୍ଟ ୧୯ରେ ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ରେଡ ହେବାପରେ ଆଜି ତାଙ୍କୁ ଦିଆଯାଇଥିବା ଆଉଟ ଲୁକ ସର୍କୁଲାରର ଉତ୍ତରରେ ଆପର ମୁଖିଆ ଏହି ଉତ୍ତର ରଖିଛନ୍ତି ।
ଆଜିର ଘଟଣା ପରେ ସିସୋଡିଆ ମଧ୍ୟ ଖୁଲମ ଖୁଲା ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦୀ ଜି ମୁଁ ଦିଲ୍ଲୀରେ ଖାଲିରେ ବୁଲୁଛି କେଉଁ ଠାକୁ ଯିବାର ଅଛି କୁହନ୍ତୁ ମୁଁ ସେଠାରେ ପହଞ୍ଚି ଯିବି । ତେବେ ଏହି ରେଡକୁ ନେଇ ସିସୋଡିଆଙ୍କ କହିବାର ଉଦ୍ଦେଶ୍ୟ ହେଉଛି ଏହା କେବଳ କେନ୍ଦ୍ର ସରକାରଙ୍କର ଗୋଟିଏ ପ୍ଲାନ । ସେ ଚାହାନ୍ତି ନାହିଁ କେହି ଆରମ ରେ କାମ କରିବ । ତେଣୁ ସେ ଏହି ଭଳି କରୁଛନ୍ତି । ଯେଉଁ ଲୋକ କାମ କରୁଛି ତାଙ୍କ ପଛରେ ଲାଗିବା ଆଉ ତାଙ୍କୁ ହଇରାଣ କରିବା କେନ୍ଦ୍ର ସରକାରଙ୍କ ଆଦର୍ଶ ବୋଲି ସିସୋଡିଆ କହିଛନ୍ତି ।