fbpx

ଗୁଜରାଟ-ହିମାଚଳ ପ୍ରଦେଶ ନିର୍ବାଚନ: ସର୍ଭେରେ ବିଜେପିର ଦବଦବା କାଏମ, କଂଗ୍ରେସ ସ୍ଥିତି ନିରାଶଜନକ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କୌଣସି ବି ଦିନ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଦଳର ବିଜୟ ସୁନିଶ୍ଚିତ କରିବା ପାଇଁ ହେଭିଓ୍ଵେଟ୍ ନେତା ମଇଦାନକୁ ଓହ୍ଲାଇଲେଣି। ଏହା ମଧ୍ୟରେ ଦୁଇ ରାଜ୍ୟର ନିର୍ବାଚନକୁ ନେଇ ସାମ୍ନାକୁ ଆସିଛି ଏବିପି ନ୍ୟଜ୍ ଏବଂ ସି ଭୋଟରର ଅପିନିୟନ ପୋଲ୍। ଦୁଇ ରାଜ୍ୟରେ ବିଜେପି ପୁନର୍ବାର କ୍ଷମତାସୀନ ହେଉଥିବା ସର୍ଭେରେ ଅନୁମାନ କରାଯାଇଛି। ଏଥର ଆପ୍ ତୃତୀୟ ବଡ ଦଳ ଭାବେ ଉଦୟ ହେଉଥିବା ଦେଖିବାକୁ ମିଳିଛି।

କ୍ଷତିରେ କଂଗ୍ରେସ !
ଅପିନିୟନ ପୋଲ୍ ଅନୁଯାୟୀ, ଗତ ବିଧାନସଭା ନିର୍ବାଚନରେ ବିଜେପି ୪୪ ଆସନ ଜିତିଥିବା ବେଳେ କଂଗ୍ରେସ ୨୧ଟି ଆସନ ହାତେଇଥିଲା। ତେବେ ଏଥର ଦୁଇ ପାର୍ଟିକୁ ୨୦୧୭ର ନିର୍ବାଚନ ପରି ଆସନ ମିଳିପାରେ। କିନ୍ତୁ ଗୁଜରାଟରେ କଂଗ୍ରେସକୁ କିଛିଟା କ୍ଷତି ଘଟିବାର ପୂର୍ବାନୁମାନ କରାଯାଇଛି। ଦୁଇ ରାଜ୍ୟର ସମସ୍ତ ବିଧାନସଭା ଆସନରେ ଏହି ସର୍ଭେ କରାଯାଇଥିବା କୁହାଯାଉଛି।

ନିଜର ଅସ୍ଥିତ୍ଵ ଜାହିର କରିବ ଆପ୍
ଦୁଇ ରାଜ୍ୟରେ ଏଥର ଆମ୍ ଆଦମୀ ପାର୍ଟି(ଆପ୍) ଶାସକ ବିଜେପିକୁ କଡା ଟକ୍କର ଦେବାକୁ ଅଣ୍ଟା ଭିଡିଛି। ଦୁଇ ରାଜ୍ୟରେ ପାର୍ଟିର ଶୀର୍ଷ ନେତୃତ୍ଵଙ୍କ ସକ୍ରିୟ ଗତିବିଧି ଦେଖିବାକୁ ମିଳିଛି। ଲୋକଙ୍କୁ ଆପର ନୀତି ବିଷୟରେ ଅବଗତ କରାଯିବା ସହ ବିଜେପି ଏବଂ କଂଗ୍ରେସ ଉପରେ ଶାଣିତ ଆକ୍ରମଣ କରାଯାଉଛି।

ମୋଦୀଙ୍କ ଫୋକସରେ ଗୁଜରାଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ୍ ଗୁଜରାଟ ଉପରେ ରହିଛି। ନିକଟରେ ସେ ଗୁଜରାଟ ଗସ୍ତ କରିଥିଲେ। ଏହି ସମୟରେ ସୁରଟ ଏବଂ ଭାବନଗରରେ ୩୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ୍ କରିଥିଲେ। ବିଜେପି ଯେମିତି ବି ହେଉ ଗୁଜରାଟରେ ନିଜର ଗଡ ରକ୍ଷା କରିବାକୁ ଚାହୁଁଛି। ଏଥିପାଇଁ ଦଳ ସମସ୍ତ କଳବଳ କୌଶଳ ଲଗାଇ ଦେଇଛି।

Get real time updates directly on you device, subscribe now.